ପୁରୀ ପାଇଁ ଆଉ ୩ ପ୍ରକଳ୍ପ

  |   Purinews

ଭୁବନେଶ୍ବର : ୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ କରାଯିବ। ଏହି ପାଠାଗାରକୁ ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ। ତିନି ମହଲା ବିଶିଷ୍ଟ ଏହି ପାଠାଗାର ଉପରୁ ଲୋକେ ପୁରୀର ଚିତ୍ର ଦେଖିପାରିବେ। ଏମାର ମଠ ଜମିର କିଛି ଅଂଶରେ ଏହି ପାଠାଗାର କରାଯିବ।

ରଘୁନନ୍ଦନ ପାଠାଗାରର ଭବିଷ୍ୟତ େନଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏ ସଂକ୍ରାନ୍ତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁେମାଦନ େଦଇଛନ୍ତି। ଏଥିସହିତ ଐତିହ୍ୟ ସୁରକ୍ଷା େଜାନ୍, ବାସଗୃହ ପ୍ରକଳ୍ପକୁ ମଧ୍ୟ ଅନୁେମାଦନ ମିଳିଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ଲାଗି େଯଉଁ ପ୍ରକଳ୍ପ ହାତକୁ ନିଆଯାଉଛି, ତାର ଅଗ୍ରଗତି ସଂପର୍କରେ େଲାକସେବା ଭବନରେ ଆଜି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।

ପୁରୀରେ ସାଧୁସନ୍ଥ ଓ ରାଜନୈତିକ େନତା, ସଂଗଠନ ମେଳି କରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ଲାଗି ଚାପ କୌଶଳ ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାର ପୁରୀର ବିକାଶ ପାଇଁ େଗାଟିଏ ପରେ େଗାଟିଏ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ବାଟ େଖାଲୁଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ ସୁରକ୍ଷା ଅଞ୍ଚଳ ପ୍ରକଳ୍ପକୁ ଅନୁେମାଦନ ମିଳିଛି। ଏଥିରେ ଶ୍ରୀମନ୍ଦିର ସଂଲଗ୍ନ ୭୫ମିଟର ଅଞ୍ଚଳ ମଧ୍ୟରେ ଥିବା ଭୌଗଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ େଦବାଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହିତ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ େଭାଗକ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନର୍ବିନ୍ୟାସ କରାଯିବ। ଏହାର ତଦାରଖ କରିବା ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ। େମଘନାଦ ପାଚେରି ଠାରୁ ୭୫ ମିଟର ଅଞ୍ଚଳ ମଧ୍ୟରେ ଚଳାଚଳ ପାଇଁ ୧୫ମିଟର ରାସ୍ତା କରାଯିବ। ବାକି ୬୦ ମିଟର ଅଞ୍ଚଳକୁ ସରକାର ବିକାଶ କରିବେ।...

ଫୋଟୋ - http://v.duta.us/kdtrvAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/c0KppgAA

📲 Get Purinews on Whatsapp 💬