ମଠ, ଦୋକାନ ଉଚ୍ଛେଦ ପ୍ରଶାସନିକ ସନ୍ତ୍ରାସବାଦ: ବ୍ରଜ ତ୍ରିପାଠୀ

  |   Purinews

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ନାମରେ ଚାଲିଥିବା ମଠ, ଦୋକାନ, ଘର ଆଦି ଉଚ୍ଛେଦ ପ୍ରଶାସନିକ ସନ୍ତ୍ରାସବାଦ। ଏହା ବିଗତ ଦିନର ଜରୁରୀ ପରିସ୍ଥିତିଠାରୁ ବଳିଯାଇଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ଜିଲ୍ଲା ପ୍ରଶାସନର ଉଚ୍ଛେଦ କାର୍ଯ୍ୟକୁ ସେ ଅସାମ୍ବିଧାନିକ ଓ ବେଆଇନ୍ ଦର୍ଶାଇ ଏ ସଂପର୍କରେ ଆମିକସ୍‌ କ୍ୟୁରି ଓ ସଲିସିଟର ଜେନେରାଲଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ଆଜି ବଡ଼ଦାଣ୍ଡସ୍ଥିତ ସାଲବେଗ ପୀଠଠାରେ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଥିଲେ, ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚାରିପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ କରି କଳାପାହାଡ଼ ଭଳି ଓଡ଼ିଶାର ସାଂସ୍କୃତିକ ଇତିହାସର ସୁବର୍ଣ୍ଣ ଯୁଗର ଐତିହ୍ୟ ସ୍ମାରକୀଗୁଡ଼ିକୁ ଧ୍ବଂସ କରି ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଶହ ଶହ ବର୍ଷର ମଠ, ମନ୍ଦିର ଐତିହ୍ୟ ସ୍ମାରକୀଗୁଡ଼ିକୁ ଧ୍ବଂସ କରି ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରର ସ୍ବପ୍ନ ଦେଖିବା ହାସ୍ୟାସ୍ପଦ ମନେ ହେଉଛି। ଏହା ପ୍ରତାରଣା ଛଡ଼ା ଅନ୍ୟ କିଛି ନୁହେଁ।...

ଫୋଟୋ - http://v.duta.us/xE133wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jSB7jQAA

📲 Get Purinews on Whatsapp 💬