ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ବର୍ଜ୍ୟବସ୍ତୁ ପରିଚାଳନା

ଭୁବନେଶ୍ବର : ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ଏକ ଗୁରୁତର ସମସ୍ୟା ସୃଷ୍ଟି କଲାଣି। ଏହାକୁ ପରିଚାଳନା କରିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନରେ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ସ୍କୁଲ୍‌ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦିଆଯିବ। ଏହା ସହ ପ୍ରତି ୱାର୍ଡ ଓ ବାସଗୃହରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକ କଡ଼ାକଡ଼ି ଲାଗୁ କରାଯିବ। ଆଜି ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ଆଜି ଆୟୋଜିତ ଏହି ସମୀକ୍ଷା ବୈଠକରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‌ ଓଡ଼ିଶାର ୧୧୪ଟି ସହରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ୧୧୪ଟି ସହରାଞ୍ଚଳରେ ୨୦୨୪ ୱାର୍ଡ ରହିଛି ଓ ସେଠାରୁ ହାରାହାରି ପ୍ରାୟ ୨୫୭୫ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ଓଡ଼ିଶାରେ ଘର ପିଛା ହାରାହାରି ୩୦୦ ଗ୍ରାମ୍ ବର୍ଜ୍ୟବସ୍ତୁ ବାହାରୁଛି ଓ ଏହା ଜାତୀୟ ହାର ଠାରୁ କମ୍ ରହିଛି। ଏହାର ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।...

ଫୋଟୋ - http://v.duta.us/XWVpQAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/eurTUQAA

📲 Get Odisha News on Whatsapp 💬