ଅଦିନରେ ରଥଯାତ୍ରା ପ୍ରସଙ୍ଗ : ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି

ପୁରୀ : ବଡ଼ଦାଣ୍ଡ ହେବ ହେରିଟେଜ୍ କରିଡ଼ର। ଶ୍ରୀଜଗନ୍ନାଥ ସଂସ୍କୃତି ସହ କଳିଙ୍ଗର କଳା ଭାସ୍କର୍ଯ୍ୟରେ ସଜେଇ ହେବ ଶ୍ରୀ‌କ୍ଷେତ୍ରର ଐତିହ୍ୟପୂର୍ଣ୍ଣ ରଥଦାଣ୍ଡ। ମଠ ସଂସ୍କୃତି ସହ ଶ୍ରୀମନ୍ଦିର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଏବଂ କଳିଙ୍ଗର କଳା ଭାସ୍କର୍ଯ୍ୟରେ ବି ମଠ, ମନ୍ଦିରକୁ ଶୋଭିତ କରାଯିବ। ଏଥି ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ମଠ ଉନ୍ନୟନ ସମିତି ଗଠନ ହେବ। ସେହିପରି ଅଦିନରେ ରଥଯାତ୍ରା ଆୟୋଜନ ପରମ୍ପରାକୁ ଭଙ୍ଗ କରୁଥିବାରୁ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଚିଠି ଲେଖିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଏପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାବାଦ୍ ଶ୍ରୀଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନୟନ କାର୍ଯ୍ୟ ଦିଗରେ ଗୁରୁତ୍ବାରୋପ କରାଯାଇଛି। ସେବାୟତମାନଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳଠାରୁ ଆରମ୍ଭ କରି ପରିବାରର ଶୈକ୍ଷିକ ବାତାବରଣରେ କିଭଳି ଉନ୍ନତି ଆସିପାରିବ ସେ ଦିଗ ପ୍ରତି ବି ଦୃଷ୍ଟି ଦିଆଯାଇଛି।...

ଫୋଟୋ - http://v.duta.us/Zq2-sgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/gBqvwQAA

📲 Get Odisha News on Whatsapp 💬