ଜଳଭଣ୍ଡାରରେ ଲଗାଣ ବର୍ଷାର ଚାପ

କୋରାପୁଟ/ଲମତାପୁଟ/ନୂଆପଡ଼‌ା : କୋରାପୁଟ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଉପରେ ଲଗାଣ ବର୍ଷାର ଚାପ ପଡ଼ିଛି। ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଜଳଭଣ୍ତାର ଜଲାପୁଟ ଓ ମାଛକୁଣ୍ତ ଜଳଭଣ୍ତାରରେ ଜଳସ୍ତର ବଢିବାରେ ଲାଗିଛି। ବିପଦକୁ ଆଖି ଆଗରେ ରଖି ଦୁଇଟି ଜଳଭଣ୍ତାରର ୯ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ସେହିଭଳି, ଇନ୍ଦ୍ରାବତୀ ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲା ଯାଇଛି। ଫଳରେ, ଜିଲ୍ଲା ଅନ୍ତର୍ଗତ କୋଟପାଡ ବ୍ଲକ୍‌ର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଥିବା ନେଇ ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଓଡିଶା ଆନ୍ଧ୍ର ସୀମାନ୍ତ ମାଛକୁଣ୍ତ ଜଳବିଦ୍ୟୁତ୍‌ ପ୍ରକଳ୍ପର ଉପର ମୁଣ୍ତରେ ବାଦଲ ଫଟା ବର୍ଷା ହୋଇଆସୁଛି। ଫଳରେ, ଜଳଭଣ୍ତାରରେ ଜଳପତନ କ୍ରମଶଃ ବଢିବାରେ ଲାଗିଛି। ଜଲାପୁଟ ଜଳଭଣ୍ତାରରେ ପ୍ରତି ସେକେଣ୍ତକୁ ୩୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାରୁ ଏହା ଏବେ ବିପଦ ସଙ୍କେତ ନିକଟତର ହୋଇଯାଇଛି। ଫଳ‌େର, ପୂର୍ବାହ୍ନ ୧୨ଟା ସମୟରେ ୨ଟି ଗେଟ୍ ଖୋଲାଯାଇ ସର୍ବମୋଟ ୧୫ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଇଛି। ଜଲାପୁଟ ଜଳଭଣ୍ତାରର ବିପଦସଙ୍କେତ ୨୭୫୦ ଘନଫୁଟ ରହିଥିବାବେଳେ ବର୍ତ୍ତମାନ ୨୫୪୯.୧୦ ଘନଫୁଟ ରହିଥିବା ଜଣାଯାଇଛି। ପ୍ରତି ସେକେଣ୍ତରେ ୩୬ ହଜାରରୁ ଊର୍ଧ୍ବ କ୍ୟୁସେକ୍‌ ଜଳ ପ୍ରବେଶ କଲେ ପୁଣି ଗେଟ୍ ଖୋଲାଯିବ ବୋଲି ଜଳଭଣ୍ତାର ଦାୟିତ୍ବରେ ରହିଥିବା ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।...

ଫୋଟୋ - http://v.duta.us/RztaCAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ThnbFQAA

📲 Get Odisha News on Whatsapp 💬