ପୁଅର ଫେରିବା ବାଟକୁ ଚାହିଁ ଥିଲେ ବୃଦ୍ଧ ବାପା-ମା’, ବିଲ ମଝିରୁ ଟାଣିନେଲା କୁମ୍ଭୀର

  |   Bhadraknews

ଚାନ୍ଦବାଲି (ଅରୁଣ କୁମାର ସାହୁ): ଚାନ୍ଦବାଲି ବ୍ଲକ ଓରାସାହୀ ପଂଚାୟତ ନେଢୁଆଳି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଗାଷୀ ବିଲରେ କାମ କରୁଥିବା ବେଳେ କୁମ୍ଭୀର ଟାଣି ନେଇଛି। ଗ୍ରାମବାସୀମାନେ ବୈତରଣୀ ନଦୀ ପଠାରେ କୁମ୍ଭୀର ପାଟିରୁ ଚାଷୀର ମୁଣ୍ଡ ବିହିନ ଶରୀର ଉଦ୍ଧାର କରିଛନ୍ତି।

ନେଢ଼ୁଆଳି ଗାଁର ବରଜୁ ମାଝୀଙ୍କ ସାନପୁଅ ହେମନ୍ତ ମାଝୀ (୨୮) ନିଜର ଜମିଖଣ୍ଡେ ନଥିବା ବେଳେ ଆଜି ସକାଳ ୭ଟାରେ ଘରୁ ଖାଇପିଇ ଜୁଆରିଆ ବୈତରଣୀ ନଦୀ କୂଳରେ ଥିବା ଭାଗ ଜମିରେ ବିଲକୁ ଧାନତଳି ରୋଇବାକୁ ଯାଇଥିଲେ। ବର୍ଷା ହେଉଥିବାରୁ ତଳିଯାକ ରୋଇ ଦେଇ ସଅଳ ଫେରିଆସିବାକୁ କହିଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ହେମନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଗାଁ ଲୋକଙ୍କୁ ଏବାବଦରେ କହିଥିଲେ। ଗ୍ରାମବାସୀ ବିଲର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ହେମନ୍ତଙ୍କର କୌଣସି ପତ୍ତା ମିଳିନଥିଲା।...

ଫୋଟୋ - http://v.duta.us/QND19gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JP9d-AAA

📲 Get Bhadraknews on Whatsapp 💬