ପୁଣି ଏକ ଅଟୋକୁ ୨୭,୫୦୦ ଟଙ୍କା ଜରିମାନା

  |   Bhadraknews

ଭଦ୍ରକ: ନୂତନ ଯାନବାହନ ଆଇନ ଅନୁସାରେ କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଗାଡ଼ି ଯାଞ୍ଚ ସମୟରେ ଜଣେ ଅଟୋ ଚାଳକଙ୍କ ଉପରେ ୪୭ ହଜାର ୫୦୦ ଟଙ୍କା ଜରିମାନା ହୋଇଥିଲା। ଶନିବାର ପୁଣି ପରିବହନ ନିଗମ ଆଉ ଜଣେ ଅଟୋ ଚାଳକଙ୍କୁ ୨୭,୫୦୦ଟଙ୍କା ଜରିମାନା କରିଛି।

ଭଦ୍ରକ ଜିଲ୍ଲାର ଏହି ଅଟୋ ଚାଳକ ଅନାଧିକୃତ ଗାଡ଼ି ଚଳାଉଥିବା ଅଭିଯୋଗରେ ପରିବହନ ନିଗମ ୫ ହଜାର ଟଙ୍କା ସହିତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍‌ସ ନଥିବା ହେତୁ ୫ ହଜାର ଟଙ୍କା ଜରିମାନା କରିଥିଲା। ସେହିପରି ଅଟୋର ରେଜିଷ୍ଟ୍ରେସନ ନଥିବା ଯୋଗୁଁ ୫ ହଜାର ଜରିମାନା, ଗାଡ଼ି ଚଳାଚଳ ପାଇଁ ପରମିଟ ନଥିବାରୁ ୧୦ ହଜାର ଜରିମାନା, ଇନ୍‌ସୁରାନ୍‌ସ ନଥିବାରୁ ୨ ହଜାର ଓ ସାଧାରଣ ଭୁଲ୍‌ ପାଇଁ ୫୦୦ ଜରିମାନା କରାଯାଇଥିବା ଜଣାପଡ଼ିିଛି।

ତେବେ ନୂତନ ଯାନବାହନ ଆଇନ ଅନୁସାରେ ଆଜି ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ଜନତା-ପୁଲିସ ମୁହାଁମୁହିଁ ହୋଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଉତ୍ତ୍ୟେକ୍ତଲୋକଙ୍କୁ ଆୟତ୍ତକୁ ଆଣିବାକୁ ପୁଲିସ ଲାଠିଚାର୍ଜ କରିଥିବା ବି ଦେଖିବାକୁ ମିଳିଥିଲା।

ଫୋଟୋ - http://v.duta.us/Nx-fgAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/qZmbigAA

📲 Get Bhadraknews on Whatsapp 💬