ପରିବହନ ନିୟମ ଉଲଂଘନ କରିବାରୁ ୧୩ ହଜାର ଟଙ୍କା ଜୋରିମାନା, ସ୍କୁଟି ଛାଡ଼ି ପଳାଇଲେ କଲେଜ ଛାତ୍ରୀ

ଭଦ୍ରକ: ପରିବହନ ନିୟମ ଉଲଂଘନ କରିବାରୁ ଭଦ୍ରକର ଜଣେ କଲେଜ ଛାତ୍ରୀଙ୍କୁ ଶନିବାର ୧୩ ହଜାର ଟଙ୍କା ଜୋରିମାନା ହୋଇଛି। ଭଦ୍ରକ ପରିବହନ ବିଭାଗ ଆଜି ଯାନବାହନ ଯାଞ୍ଚ କରୁଥିବା ବେଳେ ପୁରୁଣାବଜାର ଥାନା ଅଞ୍ଚଳରେ କଲେଜ ଛାତ୍ରୀ ଧରାପଡ଼ିଯାଇଥିଲେ। ଛାତ୍ରୀଙ୍କ ଠାରୁ ଏହି ଜୋରିମାନା ଟଙ୍କା ଆଦାୟ ହୋଇପାରି ନାହିଁ। କାରଣ ଛାତ୍ରୀ ଜଣକ ଚତୁରତାର ସହିତ ସ୍କୁଟି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ବାପାଙ୍କ ସ୍କୁଟି ଚଳାଉଥିବାରୁ ୫ ହଜାର ଟଙ୍କା ଜୋରିମାନା ହୋଇଛି। ସେହିଭଳି ନିଜ ପାଖରେ ଲାଇସେନ୍ସ ନ ଥିବାରୁ ୫ ହଜାର ଟଙ୍କା, ବୀମା ନଥିବାରୁ ୨ ହଜାର ଟଙ୍କା ଓ ହେଲ୍‌ମେଟ୍‌ ନଥିବାରୁ ୧ ହଜାର ଟଙ୍କା ଜୋରିମାନା ହୋଇଛି।

ସୂଚନାଯୋଗ୍ୟ ଦେଶରେ ନୂତନ ପରିବହନ ନିୟମ ଲାଗୁ ହେବା ପରେ ପରିବହନ ବିଭାଗର କର୍ମଚାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସଡ଼କ ଓ ପରିବହନ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ଟ୍ରାଫିକ୍‌ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି।

ଫୋଟୋ - http://v.duta.us/rmg1-AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/e1K9yQAA

📲 Get Odisha News on Whatsapp 💬