‘ବାଂଲାର ରସଗୋଲ୍ଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ, ପଶ୍ଚିମବଙ୍ଗର ଅଜବ ଯୁକ୍ତି
ଭୁବନେଶ୍ବର : ‘ବାଂଲାର ରସଗୋଲ୍ଲା’କୁ ଜିଆଇ ମାନ୍ୟତା ମିଳିବାକୁ ନେଇ ଓଡ଼ିଶା ପକ୍ଷରୁ ହୋଇଥିବା ଚ୍ୟାଲେଞ୍ଜର ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଶୁଣାଣି ହୋଇଥିଲା। ଏଥିରେ ଓଡ଼ିଶାର ଯେଉଁସବୁ ମୂଳ ଅଭିଯୋଗ ରହିଥିଲା ତାହାର ଉତ୍ତରରେ ପଶ୍ଚିମବଙ୍ଗ ପକ୍ଷରୁ ଅଜବ ଯୁକ୍ତି କରାଯାଇଛି। ତେଣୁ ଏହାର ପରବର୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ମାସ ୨୧ତାରିଖରେ ହେବ ବୋଲି ଜଣାପଡ଼ିଛି।
୨୦୧୭ ମସିହରେ ‘ବାଂଲାର ରସଗୋଲ୍ଲା’ ଜିଆଇ ମାନ୍ୟତା ପାଇଥିଲା। ତେବେ ଏହି ମାନ୍ୟତାକୁ ଚ୍ୟାଲେଞ୍ଜ କରି ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ୨୦୧୮ ମସିହାରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏହାର ପ୍ରତି ଜବାବ ରଖିବା ପାଇଁ ପଶ୍ଚିମବଙ୍ଗକୁ ବାରମ୍ବାର ନୋଟିସ୍ କରାଯାଇଥିଲେ ହେଁ ସ୍ଥାନୀୟ ସରକାର ଏହାକୁ ଏଡ଼ାଇ ଚାଲିଥିଲେ। ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଏହାର ଶୁଣାଣି ହୋଇଥିଲା। ଏଥିରେ ପଶ୍ଚିମବଙ୍ଗ ପକ୍ଷରୁ ଅଜବ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଓଡ଼ିଶା ପକ୍ଷରୁ କାହିଁକି ବିଳମ୍ବରେ ସତ୍ୟପାଠ ଦାଖଲ କରାଯାଇଛି ବୋଲି ପଶ୍ଚିମବଙ୍ଗ ପକ୍ଷରୁ କୁହାଯାଇଥିଲା। ଯାହାକୁ ଜିଆଇ କର୍ତୃପକ୍ଷ ଗ୍ରହଣ କରି ନ ଥିଲେ।...
ଫୋଟୋ - http://v.duta.us/Mb03DAAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Tn_WuwAA