ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ପ୍ରଥମ ଦିନ ଗିରଫ ହେଲେ ୩୮ ଚାଳକ

ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ପ୍ରଥମ ଦିନ ଶନିବାର ରାଜ୍ୟର ବିଭିନ୍ନ ଟୋଲଗେଟରୁ ୩୮ ଡ୍ରାଇଭର ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ସୁନ୍ଦରଗଡ଼ ବରପାଲି ଟୋଲଗେଟରୁ ୧୧ ଜଣ, ସମ୍ବଲପୁରରେ ୩, କେନ୍ଦୁଝରରେ ୫, ଯାଜପୁରର ପାଣିକୋଇଲି ଟୋଲଗେଟ୍‌ରେ ୩, ବରଗଡ଼ ବରାହଗୁଡ଼ା ଟୋଲଗେଟରେ ୩ ଜଣ ଚାଳକ, କଟକର ମଙ୍ଗୁଳି ଟୋଲଗେଟ୍‌ରେ ୪ ଜଣ ଚାଳକ, ଗଂଜାମରେ ୩, ଖୋର୍ଦ୍ଧାରେ ୩ ଓ ବାଲେଶ୍ୱରରେ ୩ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ ଦେଶରେ ନୂତନ ପରିବହନ ନିୟମ ଲାଗୁ ହେବା ପରେ ପରିବହନ ବିଭାଗର କର୍ମଚାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସଡ଼କ ଓ ପରିବହନ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ଟ୍ରାଫିକ୍‌ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି।

ମୋଟର ଯାନ ଆଇନ୍‌ରେ ସହାୟତା ପାଇଁ ରାଜ୍ୟ ସରକାର ଶନିବାର ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ୧୮୦୦-୩୪୫-୧୦୭୩ ଜାରି କରାଯାଇଛି। ସେହିପରି ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ହେଲ୍‌ପ ଡେକ୍ସ ଖୋଲିବ। ଏହା ସକାଳ ୮ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ଏହି ଡେକ୍ସ ମାଧ୍ୟମରେ ଲୋକଙ୍କର ସମସ୍ୟାର ସମାଧାନ କରାଯିବ।

ଫୋଟୋ - http://v.duta.us/JeOA9QEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DlLF2AAA

📲 Get Odisha News on Whatsapp 💬