ମନ୍ତ୍ରୀ, ଅଧିକାରୀଙ୍କ ଗାଡ଼ି ଭଡ଼ା ନେଇ ନିୟମାବଳୀରେ ସଂଶୋଧନ

ଭୁବନେଶ୍ବର : ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀମାନଙ୍କୁ ଗାଡ଼ି କିଣିବା ପରିବର୍ତ୍ତେ ଭଡ଼ା ଗାଡ଼ି ବ୍ୟବହାର ପାଇଁ ଉତ୍ସାହିତ କରାଯାଇଛି। ଗାଡ଼ି କ୍ରୟରେ ହେଉଥିବା ନିବେଶ, ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦି ବାବଦରୁ ବର୍ତ୍ତିବା ପାଇଁ ସରକାର ଭଡ଼ା ଗାଡ଼ିର ବ୍ୟବହାରକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା‌ ଜାରି ହୋଇଛି।

ଏଥିରେ କୁହାଯାଇଛି, ଭଡ଼ାରେ ଘରୋଇ ଯାନ ବ୍ୟବହାର ନେଇ ଅର୍ଥ ବିଭାଗ ପକ୍ଷରୁ ୨୦୧୨ ସେପ୍ଟେମ୍ବରରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥ ବିଭାଗ ଏହାକୁ ୨୦୧୫ ଅକ୍ଟୋବର ୮ରେ ସଂଶୋଧନ କରିଥିଲା।

ଏହି ପରିପ୍ରେକ୍ଷୀରେ ଭଡ଼ା ଗାଡ଼ି ପାଇଁ ନୂଆ ମଡେଲ ଗାଡ଼ି ବ୍ୟବହାର ଅପରିହାର୍ଯ୍ୟ ବୋଲି କୁହାଯାଇଛି। କାରଣ ପୂର୍ବରୁ ମଞ୍ଜୁରିପ୍ରାପ୍ତ ଅନେକ ଗାଡ଼ି ଏବେ ଆଉ ନିର୍ମାଣ ହେଉନାହିଁ। ସେହିଭଳି ଶ୍ରମ ଖର୍ଚ୍ଚ ବୃଦ୍ଧି ପାଇଥିବା‌ବେଳେ ଦାମୀ ଗାଡ଼ି ସହିତ ଅଧିକ ମାଇଲେଜ୍ ଥିବା ଗାଡ଼ି ମଧ୍ୟ ଆସୁଛି। ଏସବୁ ଦିଗ ସମେତ ସହଜ ରକ୍ଷଣାବେକ୍ଷଣ, ନିକଟବର୍ତ୍ତୀ ଅଞ୍ଚଳରେ ଗାଡ଼ିର ସର୍ଭିସିଂ ଉପଲବ୍ଧତା, ମାଇଲେଜ୍‌, ପରିବେଶ ଅନୁକୂଳ ଆଦି ପ୍ରସଙ୍ଗକୁ ବିଚାରକୁ ନେଇ ବିଭିନ୍ନ ପ୍ରକାର ଭଡ଼ା ଗାଡ଼ିର ଭଡ଼ା ଏବଂ ମାଇଲେଜ୍ ମଧ୍ୟ ଧାର୍ଯ୍ୟ କରାଯାଇଛି।...

ଫୋଟୋ - http://v.duta.us/NMILmwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/s_ixHgAA

📲 Get Odisha News on Whatsapp 💬