ମାନ୍ଦାବସ୍ଥାରୁ ନିଯୁକ୍ତି ହ୍ରାସ, ଛଟେଇ ଆଶଙ୍କା!

ଭୁବନେଶ୍ବର : ନିଯୁକ୍ତି ସୁଯୋଗ ସୃଷ୍ଟି ଦୃଷ୍ଟିରୁ ଓଡ଼ିଶା ଏମିତି ତ ପଛୁଆ। ବ୍ୟାପକ ପୁଞ୍ଜି ଆକର୍ଷଣ ସମେତ ୪୦ରୁ ଅଧିକ ଖଣିଜଭିତ୍ତିକ ଶିଳ୍ପ ଏବ˚ ପେଟ୍ରୋକେମିକାଲ୍ସ ଜୋନ୍‌ ସ୍ଥାପନ ସତ୍ତ୍ବେ ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ଓଡ଼ିଶା ରାଜ୍ୟମାନଙ୍କ ମଧୢରେ ତଳଆଡ଼ୁ ୫ମ ସ୍ଥାନରେ। ପୁଣି ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥା ରାଜ୍ୟରେ ନୂଆ ନିଯୁକ୍ତି ସୃଷ୍ଟି ହାରକୁ ଅଧିକ ନୈରାଶ୍ୟଜନକ ସ୍ତରକୁ ଠେଲିଦେଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସ˚ସ୍ଥା (ଇପିଏଫ୍‌ଓ)ର ସଦ୍ୟ ପରିସ˚ଖ୍ୟାନ ଅନୁଯାୟୀ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଜାତୀୟ ସ୍ତରରେ ୧୮ରୁ ୨୫ ବର୍ଷ ବୟସ୍କଙ୍କ ନିଯୁକ୍ତି ହାର ୨୮% ବଢ଼ିଛି। ଗତ ଏପ୍ରିଲ୍‌ରେ ଏହି ବର୍ଗରୁ ୪ ଲକ୍ଷ ୮୦ ହଜାର ଯୁବକ-ଯୁବତୀ ଇପିଏଫ୍‌ରେ ପଞ୍ଜୀକୃତ ହୋଇଥିଲାବେଳେ ଜୁନ୍‌ରେ ସେମାନଙ୍କ ହାର ୬ ଲକ୍ଷ ୨୦ ହଜାରକୁ ବୃଦ୍ଧିପାଇଛି। ଅଥଚ ଶିଳ୍ପସମୃଦ୍ଧ ଓଡ଼ିଶାରେ ଏହାର ଓଲଟା ଗତି ପରିଲକ୍ଷିତ ହୋଇଛି। ଗତ ଏପ୍ରିଲ୍‌ରେ ରାଜ୍ୟର ଉପରୋକ୍ତ ବର୍ଗରୁ ୩,୮୯୫ ଜଣ ନବନିଯୁକ୍ତ ଇପିଏଫ୍‌ରେ ପଞ୍ଜୀକୃତ ହୋଇଥିବାବେଳେ ଜୁନ୍‌ରେ ତାହା ୩,୩୪୮କୁ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଗତ ଆର୍ଥିକବର୍ଷରେ ଓଡ଼ିଶାରେ ନୂଆ ନିଯୁକ୍ତି ସ˚ଖ୍ୟା ୩୪,୬୬୫ରେ ପହଞ୍ଚିଥିଲା; ଯାହା ଶିଳ୍ପାୟନ ପରେ ଏକ ରେକର୍ଡ ବୋଲି କୁହାଯାଇପାରେ। ତେବେ ସେ ବର୍ଷ ଜାତୀୟ ସ୍ତରରେ ୬୪ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ନିଯୁକ୍ତି ସମ୍ଭବ ହୋଇଥିଲା।...

ଫୋଟୋ - http://v.duta.us/oL9g3wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MN5a6gAA

📲 Get Odisha News on Whatsapp 💬