୨ବର୍ଷ ପରେ ଫେରିଲେ ଜଗା-ବଳିଆ, କଟକ ଏସ୍‌ସିବିରେ ଚାଲିବ ଚିକିତ୍ସା

  |   Cuttacknews

କଟକ: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍‌ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆ ରାଜଧାନୀ ଏକ୍ସପ୍ରେସରେ ଶନିବାର ଓଡିଶା ଫେରିଛନ୍ତି। ଦୁଇବର୍ଷ ପରେ ଜଗା-ବଳିଆ ଓଡ଼ିଶା ଫେରିବା ଏକ ଖୁସି ଖବର ବୋଲି କୁହାଯାଉଛି। ଦୁହିଁଙ୍କୁ ଦେଖିବା ପାଇଁ କଟକ ରେଳଷ୍ଟେସନ୍‌ରେ ଲୋକଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ୨ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ ବୋଲି ଜଣାପଡିଛି। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଛି। ଆଜିଠାରୁ ହିଁ ଜଗା-ବଳିଆଙ୍କ ଏସ୍‌ସିବିରେ ଚିକିତ୍ସା ଆରମ୍ଭ ହୋଇଯିବ।

ଏମ୍‌ସରୁ ଡିସଚାର୍ଜ ହୋଇ ଆଜି ଜଗା-ବଳିଆ କଟକରେ ପହଁଞ୍ଚିବା ନିଶ୍ଚିତ ଭାବେ ଖୁସି ଖବର। କିନ୍ତୁ ଆଗକୁ ତାଙ୍କର ଜୀବନ ଯାତ୍ରା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବ ବୋଲି କୁହାଯାଉଛି। ମେଡିକାଲରୁ ଡିସଚାର୍ଜ କେବଳ ଆରମ୍ଭ ମାତ୍ର। ଦିଲ୍ଲୀ ଏମ୍‌ସ ଲଗାତାର ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିବ ଏବଂ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ।...

ଫୋଟୋ - http://v.duta.us/XOnCngAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bm_N3gAA

📲 Get Cuttacknews on Whatsapp 💬