ଏସ୍‌ସିବିରେ ଜଗା-ବଳିଆ : ଖୁବ୍‌ଶୀଘ୍ର ଜଗା ଯିବ ସ୍କୁଲ, ବଳିଆ ହୋଇନି ବିପଦମୁକ୍ତ

କଟକ : ଜଗା ହାତ ମିଳାଉଛି। ହିନ୍ଦୀରେ କଥା ହେଉଛି, ସାଧାରଣ ପିଲାଙ୍କ ଭଳି ଦୁଷ୍ଟାମୀ ବି କରୁଛି। ଜଗା ଫିଟ୍‌ ଥିବାବେଳେ ବଳିଆ କିନ୍ତୁ ଶୋଇ ରହୁଛି। ତେଣୁ ଗଠନ ହୋଇଥିବା ୧୪ ଜଣିଆ ଡାକ୍ତରୀ ଦଳ ଜଗା-ବଳିଆଙ୍କ ଚିକିତ୍ସା ଆରମ୍ଭ କରିଥିବାବେଳେ ବଳିଆ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ଆଜି ନୂଆଦିଲ୍ଲୀର ଏମ୍‌ସରୁ ଆସି କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେବା ପରେ ସେମାନଙ୍କ ସଂପର୍କରେ ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। କେବଳ ସେତିକି ନୁହେଁ, ଜଗାକୁ ଏବେ ସାଢ଼େ ୪ ବର୍ଷ ଚାଲିଥିବାବେଳେ ତା’କୁ ଖୁବଶୀଘ୍ର ସ୍କୁଲକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଜଗା-ବଳିଆଙ୍କ ବାପା ଭୂୟାଁ କହଁର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ଗତକାଲି ଦିଲ୍ଲୀ ଛାଡ଼ିଥିବା ଜଗା-ବଳିଆ ଆଜି ଅପରାହ୍ଣରେ କଟକରେ ପହଞ୍ଚିଥିଲେ। ରାଜଧାନୀ‌ ଏକ୍ସପ୍ରେସରୁ ସେମାନେ ଓହ୍ଲାଇବା ପରେ ବ୍ୟାଟେରି ଗାଡ଼ିରେ ସେମାନଙ୍କୁ ବାହାରେ ରଖାଯାଇଥିବା ସ୍ବତନ୍ତ୍ର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ କଟକ ବଡ ମେଡିକାଲରେ ପ୍ରସ୍ତୁତ ହୋଇ ରହିଥିବା ଟ୍ରମା କେୟାର ୟୁନିଟ୍‌ ସଂଲଗ୍ନ ସ୍ବତନ୍ତ୍ର କ୍ୟାବିନ୍‌କୁ ଅଣା ଯାଇଥିଲା। ସେମାନଙ୍କ ସହ ଏମ୍‌ସରୁ ଆସିଥିବା ୩ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଓ ଏସ୍‌ସିବିରୁ ଯାଇଥିବା ଦୁଇ ଜଣ ଡାକ୍ତର ଓ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଶେଷଜ୍ଞ ଡାକ୍ତରୀ ଦଳ ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏମ୍‌ସ ପକ୍ଷରୁ ଉଭୟଙ୍କ ଚିକିତ୍ସା ସଂପର୍କୀତ ରିପୋର୍ଟ ଏସ୍‌ସିବି ବିଶେଷଜ୍ଞ କମିଟିକୁ ପ୍ରଦାନ କରିଥିଲେ ଏମ୍‌ସର ପ୍ରଫେସର ଡାକ୍ତର ଦୀପକ ଗୁପ୍ତା। ବଳିଆ ପାଇଁ ୬ ମାସର ଖାଦ୍ୟ ପ୍ରସ୍ତୁତ କରି ଏମ୍‌ସ ପକ୍ଷରୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି।...

ଫୋଟୋ - http://v.duta.us/Gqi9dAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/1A0wtAAA

📲 Get Odisha News on Whatsapp 💬