ଚାଳକଙ୍କ ଆଖି ଲାଖି ଯିବାରୁ ପୁରୀ କୋଣାର୍କର ଜୁଣେଇ ଛକ ପୋଲରେ ପିଟି ହେଲା ଇନୋଭା

  |   Purinews

ପୁରୀ: ପୁରୀ କୋଣାର୍କର ଜୁଣେଇ ଛକରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଇନୋଭା କାର ଚାଳକଙ୍କ ଆଖି ଲାଖି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ଭୁବନେଶ୍ୱରରୁ ଏକ ଇନୋଭା ଗାଡ଼ି ୦୨ଏଏ ୩୮୫୮ରେ ଉତ୍ତରପ୍ରଦେଶର ପି.ଡି ନଗର ଅଞ୍ଚଳର ଏକ ପରିବାର କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କରୁ ୩କିମି ପୂର୍ବରୁ ଥିବା ଜୁଣେଇ ଛକରେ ଚାଳକଙ୍କ ଆଖି ଲାଖି ଯାଇଥିଲା। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲରେ ଯାଇ ପିଟି ହୋଇଥିଲା। ଚାଳକ ସମେତ ଗାଡ଼ିରେ ଥିବା ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆହତ ପର୍ଯ୍ୟଟକଙ୍କ ନାମ ବିନୋଦ ପାଣ୍ଡେ, କୁସୁମ ପାଣ୍ଡେ ଓ ସୁଶିଲ ପାଣ୍ଡେ ବୋଲି ଜଣାପଡ଼ିଛି। କୋଣାର୍କ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

ଫୋଟୋ - http://v.duta.us/QcHnTQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/gk_YuQAA

📲 Get Purinews on Whatsapp 💬