ଜରିମାନା ଆଦାୟକୁ ନେଇ ଲୋକେ ତାତିଲା ପରେ ଚେତିଲେ : ନିୟମ ମାନିଲେ ‘ଧନ୍ୟବାଦ କାର୍ଡ’, ନ ହେଲେ ‘ଚାଲାଣ’

ଭୁବନେଶ୍ବର : ମୋଟର ଯାନ ଯାଞ୍ଚ କଡ଼ାକଡ଼ି ଘଟଣା ସମଗ୍ର ରାଜ୍ୟରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କଲାଣି। ଆଜି ରାୟଗଡ଼ା ଜିଲ୍ଲାରେ ୨ଟି ଟ୍ରକରୁ ୧ଲକ୍ଷ ୧୨ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହାକୁ ଛାଡ଼ି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ନିୟମ ଉଲ୍ଲଂଘନ କାରଣରୁ କେଉଁଠି ପୁଲିସ ଓ ଆଉ କେଉଁଠି ପରିବହନ ଅଧିକାରୀ ବ୍ୟାପକ ଅର୍ଥ ଜରିମାନା ଆଦାୟ କରିଛନ୍ତି।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ଆଇନ ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପୁଲିସ ଓ ପରିବହନ ଅଧିକାରୀ ଯେତିକି ଅଧିକ ତନାଘନା କରୁଛନ୍ତି, ତାହା ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ବଢ଼ାଇବାରେ ସାହାଯ୍ୟ କରୁଛି।

ଶନିବାର ରାଜଧାନୀରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଆଜି କମିସନରେଟ୍ ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି େକାର୍ଟ ଚାଲାଣ କରିଛି। ସେମାନେ ହେଲେ ଅଶୋକନଗର ଅଞ୍ଚଳର ଲକ୍ଷ୍ମଣ ଖମାରି(୪୩), ବଡ଼ଗଡ଼ ବ୍ରିଟ୍‌ କଲୋନିର ରାଜେଶ କୁମାର ସାହୁ(୨୧), ନୂଆପଲ୍ଲୀ ପାଇକନଗର ଅଞ୍ଚଳର ବିଜୟ ସାହୁ(୪୫) ଏବଂ ପୁରୁଣା ଭୁବନେଶ୍ବର ଅଞ୍ଚଳର ଶୁଖସୌଭାଗ୍ୟ ସାହୁ(୩୦)। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।...

ଫୋଟୋ - http://v.duta.us/Sv6DVwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/nPo_FgAA

📲 Get Odisha News on Whatsapp 💬