ତର୍ଜମା ପରେ ରାଜ୍ୟ ସରକାର ଟ୍ରାଫିକ ନୂଆ ନିୟମରେ ଆଣିପାରନ୍ତି ପରିବର୍ତ୍ତନ, ହ୍ରାସ ପାଇପାରେ ଜରିମାନା ରାଶି

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ସାରା ଦେଶ ତଥା ଓଡ଼ିଶାରେ ପୁଲିସ ତନଖି କଡ଼ାକଡ଼ି ହୋଇଛି । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆରଟିଓ ଏବଂ ଟ୍ରାଫିକ୍‌ ପୁଲିସ ଆଦାୟ କରୁଛନ୍ତି। ରାଜ୍ୟ ସରକାର ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୁଣା ନିୟମକୁ ସଂଶୋଧନ କରି ନୂଆ ନିୟମ ଆଣିବାକୁ ଯାଉଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଙ୍କେତ ଦେଇଛନ୍ତି ।

ନୂଆ ମୋଟର ସଂଶୋଧନ ଆଇନରେ ଆଦାୟ ହେଉଥିବା ଜରିମାନା ଅଧିକ ବୋଲି ସରକାର ବି ଅନୁଭବ କରୁଛନ୍ତି। ମାତ୍ର ୮ ଦିନର ନିୟମରେ ଅଥୟ ହୋଇପଡ଼ିଲେଣି ଜନତା । ନୂଆ ନିୟମ ଅନୁସାରେ ଲୋକଙ୍କୁ ହଜାର ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ପଡ଼ୁଛି । ଅଧିକ ଫାଇନରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। କୋହଳ ହେବ ନୂଆ ନିୟମ । ଆଉ ଅଧିକ ଜୋରିମାନା ଦେବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ହୋଇଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରିହେବ ନାହିଁ । ହେଲେ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର କଡ଼ା ନିୟମରେ କିଛି ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛନ୍ତି । ପୁରୁଣା ଓ ନୂଆ ନିୟମକୁ ତୁଳନା କରିବା ସହ ତର୍ଜନା କରିବା ପରେ ରାଜ୍ୟ ସରକାର ରାଜ୍ୟରେ ନୂଆ ନିୟମ ଆଣିପାରନ୍ତି । ଅଧିକ ନହେଲେ ମଧ୍ୟ କିଛି ପରିମାଣରେ ଲୋକେ ଜରିମାନାରୁ ଆଶ୍ୱସ୍ତି ପାଇବେ ବୋଲି ପଦ୍ମନାଭ ବେହେରା କହିଛନ୍ତି ।

ଫୋଟୋ - http://v.duta.us/dzc9_wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jPswiQAA

📲 Get Odisha News on Whatsapp 💬