ମିସନ ‘ଗଗନଯାନ’ରେ ବଲାଙ୍ଗୀରର ନିଖିଲ, ୧୨ ଜଣିଆ ଟିମ୍‌ ସହ ତାଲିମ୍‌ ପାଇଁ ରୁଷିଆ ଯିବେ

ବଲାଙ୍ଗୀର : ଚନ୍ଦ୍ରଯାନ ପରେ ଆସନ୍ତା ୨୦୨୨ରେ ଭାରତ ମହାକାଶକୁ ଗଗନଯାନ ପଠାଇବ। ଏହି ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ପ୍ରଥମଥର ପାଇଁ ଏହି ମିସନ୍‌ରେ ୩ ଜଣ ମହାକାଶଚାରୀଙ୍କୁ ମଧ୍ୟ ପ୍ରେରଣ କରାଯିବ। ଚୂଡ଼ାନ୍ତ ଚୟନ ପୂର୍ବରୁ ମହାକାଶ ଯାତ୍ରା ତାଲିମ ନେବାକୁ ଭାରତୀୟ ବାୟୁସେନାର ୧୨ ଜଣ ଦକ୍ଷ ପାଇଲଟ୍‌ଙ୍କୁ ଚୟନ କରାଯାଇଛି। ସେମାନେ ଖୁବ୍‌ଶୀଘ୍ର ତାଲିମ ପାଇଁ ରୁଷିଆ ଯିବେ। ଏହି ୧୨ ଜଣିଆ ଟିମ୍‌ରେ ଅଛନ୍ତି ବଲାଙ୍ଗୀରର ପୁଅ ୱିଙ୍ଗ୍‌ କମାଣ୍ଡର ନିଖିଲ ରଥ। ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀରରେ ଆନନ୍ଦର ଲହରୀ ଖେଳିଯାଇଛି। ସହରର ସୁଦପଡ଼ାରେ ରହୁଥିବା ନିଖିଲଙ୍କ ପରିବାର ଲୋକଙ୍କୁ ବହୁ ବ୍ୟକ୍ତି ବଧାଇ ଜଣାଇଛନ୍ତି। ନିଖିଲ ହେଉଛନ୍ତି ବଲାଙ୍ଗୀରର ଆଇନଜୀବୀ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିସନ ସଦସ୍ୟା କୁସୁମ ରଥଙ୍କ ଏକମାତ୍ର ପୁଅ। ନିଖିଲଙ୍କ ଏହି ସାଫଲ୍ୟରେ ବାପା ମା’ଙ୍କର ବି ଖୁସିର ସୀମା ନାହିଁ। ତିନି ଜଣଙ୍କ ଭିତରେ ନିଖିଲ ନିଶ୍ଚୟ ସ୍ଥାନ ପାଇ‌େବ ବୋଲି ସେମାନେ ଆଶା ରଖିଛନ୍ତି।...

ଫୋଟୋ - http://v.duta.us/qKIwRQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/AsIjLAAA

📲 Get Odisha News on Whatsapp 💬