ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍‌ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ (ରେସିଡେଣ୍ଟ ଏଡିଟର) ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ ଆଜି ଅପରାହ୍ନରେ ସ୍ଥାନୀୟ ସତ୍ୟନଗର ଶ୍ମଶାନଠାରେ ସମ୍ପନ୍ନ ହୋଇଯାଇଛି। ଶ୍ରୀଶତପଥୀଙ୍କର ଭଣଜା ମୁଖାଗ୍ନି ଦେଇଥିଲେ।

ଶ୍ରୀଶତପଥୀଙ୍କର ମରଶରୀରକୁ ତାଙ୍କର ତୋଷାଳି ପ୍ଲାଜାସ୍ଥିତ ବାସଭବନରୁ ସତ୍ୟନଗର ଶ୍ମଶାନକୁ ଅଣାଇଥିଲା। ଶେଷକୃତ୍ୟ ବେଳେ ତାଙ୍କର ଜ୍ୟେଷ୍ଠଭ୍ରାତା ଦୀନବନ୍ଧୁ ଶତପଥୀ ବରିଷ୍ଠ ଆଇ.ଏ.ଏସ୍‌ ଅଫିସର ରାଜକୁମାର ଶର୍ମା ଏବଂ ଆର.କେ. ମୀନା ବିଜୁଜନତା ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ରାଜାରାମ ଶତପଥୀ, ଗୋପାଳ ମହାପାତ୍ର, ଦେବୀପ୍ରସନ୍ନ ପଟ୍ଟନାୟକ, କେ.ରବି ନାଗେଶ୍ୱର ପଟ୍ଟନାୟକ, ରାତିକାନ୍ତ ମହାନ୍ତି, ଅଶୋକ ଶୀତଳ ତରଙ୍ଗ ବେଉରିଆ, ଆଶୁତୋଷ ମିଶ୍ର ଓ ବିରୁପାକ୍ଷ ତ୍ରିପାଠୀ ମହାପାତ୍ର, ସୁବ୍ରତ ଦାସ ପ୍ରମୁଖ ବହୁ ସାମ୍ବାଦିକ ସେଠାରେ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ।

ଶ୍ରୀ ଶତପଥୀଙ୍କର ପରଲୋକ ଗତକାଲି ମଧ୍ୟରାତ୍ରିରେ ଡାକ୍ତରଖାନାକୁ ନେବା ବାଟରେ ହୃଦ୍‌ଘାତରେ ହୋଇଥିଲା। ତା’ପରେ ତାଙ୍କର ମରଶରୀରକୁ ତାଙ୍କର ସତ୍ୟନଗରସ୍ଥିତ ବାସଭବନକୁ ଅଣାଯାଇ ସର୍ବସାଧାରଣଙ୍କ ଦର୍ଶନାର୍ଥେ ରଖାଯାଇଥିଲା।...

ଫୋଟୋ - http://v.duta.us/MJsQngAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7iyQuwAA

📲 Get Odisha News on Whatsapp 💬