୩ ମାସ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟକୁ କୋହଳ କଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ରାଶି ଆଦାୟକୁ ଦେଖି ରାଜ୍ୟର ଗାଡି ଚାଳକ ଓ ମାଲିକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ପୁଣି ଏହାକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ବିଭିନ୍ନ ସ୍ଥାନରେ ବିଶୃଂଙ୍ଖଳା ମଧ୍ୟ ଦେଖାଦେଇଛି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଜରିମାନା ଆଦାୟକୁ ୩ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ସମସ୍ତ ଗାଡ଼ି ଚାଳକମାନଙ୍କୁ ଆପିଲ୍‌ କରି କହିଛନ୍ତି, ୩ ମାସ ପର୍ଯ୍ୟନ୍ତ ଜରିମାନାକୁ କୋହଳ କରି ଦିଆଯାଇଛି। ଏହି ସମୟରେ ଗାଡ଼ି ଚାଳକ ଓ ମାଲିକ ନିଜନିଜ ଗାଡ଼ିର କାଗଜପତ୍ର ପ୍ରସ୍ତୁତ ନିଅନ୍ତୁ। ତେବେ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ ସୁବିଧା ସୃଷ୍ଟି କରାଯିବ। ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲାଯିବାର ବି ଯୋଜନା ରହିଛି। ତେବେ ଅଧିକ କାଉଣ୍ଟର ଖୋଲିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମକୁ ମାନିବାକୁ ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ ବି କରିଛନ୍ତି।

ଫୋଟୋ - http://v.duta.us/78qI7wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VuxrIgAA

📲 Get Odisha News on Whatsapp 💬