[anugul-dhenkanal] - ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

  |   Anugul-Dhenkanalnews

ଅନୁଗୋଳ ଅଫିସ/ତାଳଚେର, ୧୨।୨ଅନୁଗୋଳ ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ସୋମବାର ସଂଘ ସଭାପତି ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ସଦସ୍ୟମାନେ ଶୋଭାଯାତ୍ରାରେ ଆସି ଡେପୁଟି କଲେକ୍ଟର ସରିତା ପ୍ରଧାନଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଓକିଲମାନଙ୍କୁ ବସିବା ପାଇଁ ଆବଶ୍ୟକ ଗୃହ, ଇ-ଲାଇବ୍ର୍ରେରୀ, ଶୌଚାଳୟ ଓ ମହିଳା ଓକିଲମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ସେହିପରି ଓକିଲ ଓ ମହକିଲମାନଙ୍କ କଲ୍ୟାଣ ପାଇଁ ୫୦୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି। ସଂଘ ଉପସଭାନେତ୍ରୀ ମମତା ପଟ୍ଟନାୟକ, ସମ୍ପାଦକ ଜିତେନ୍ଦ୍ର ସାହୁ, ସହସମ୍ପାଦକ ଚୌଧୁରୀ ପ୍ରଧାନ, କୋଷାଧ୍ୟକ୍ଷ କୁଶ ସାହୁ, ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ରଜତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ତାଳଚେର ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସଭାପତି ଦୟାସାଗର ମିଶ୍ରଙ୍କ ନେତୃତ୍ୱରେ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ଅରୁଣଶଙ୍କର ମିଶ୍ର, ଦେବୀ ପ୍ରସାଦ ରଥ, ଏଚ.କେ. ପାତ୍ର, ଯଦୁମଣି ସାହୁ, ଗଣେଶ୍ୱର ରାୟ, ସୁରେଶ୍ୱର ମିଶ୍ର, ରାମ ସ୍ବାଇଁ, ରଞ୍ଜିତ ଘୋଷ, ଛବି ସାହୁ, ଅର୍ଜୁନ ଭୂତିଆ, ପ୍ରଭାତିନୀ ଆଚାର୍ଯ୍ୟ, ରିଶ୍ନାମଞ୍ଜରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/gIaptwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LoMXrAAA

📲 Get Anugul-dhenkanal News on Whatsapp 💬