[anugul-dhenkanal] - ସ୍ବାମୀଙ୍କ ପାଇଁ ୨ ବର୍ଷର ସଂଘର୍ଷ

  |   Anugul-Dhenkanalnews

ଛେଣ୍ଡିପଦା,୧୨।୨(ସ୍ବ.ପ୍ର.)୨ ବର୍ଷ ହେଲା ସ୍ବାମୀ ରୋଗରେ ପଡିଛନ୍ତି। ଘରେ ଯାହାଥିଲା ବିକି ଭାଙ୍ଗି ଡାକ୍ତରଖାନାରେ ଖର୍ଚ୍ଚ ହୋଇଗଲା। ହେଲେ ତାହା କମ୍‌ ପଡିଲା। ଭଲ ହେବାକୁ ଅଧିକ ଅର୍ଥ ଲୋଡ଼ା ବୋଲି ଡାକ୍ତର କହୁଛନ୍ତି। ପାଖରେ ଆଉ ସମ୍ବଳ ନ ଥିବାରୁ ଏବେ ସ୍ବାମୀଙ୍କୁ କେମିତି ଭଲ କରିବେ ସେହି ଚିନ୍ତାରେ ଦିନ କାଟୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗ୍ରାମର ମମତା ସାହୁ। ତାଙ୍କ ଗୁହାରି ଶୁଣି ସରକାର ଯଦି ସହାୟତା ଯୋଗାଇଦେବେ ତା’ହେଲେ ତାଙ୍କ ସଂସାର ପୁଣି ହସି ଉଠିବ ବୋଲି କୋହଭରା କଣ୍ଠରେ ମମତା କହିଛନ୍ତି।ମମତାଙ୍କ କହିବା ମୁତାବକ, ସ୍ବାମୀ ଖଗେଶ୍ୱର ସାହୁ(୪୨), ଜଣେ ଝିଅ ଓ ପୁଅଙ୍କୁ ନେଇ ତାଙ୍କ ପରିବାର। ୨୦୧୭ରେ ଖଗେଶ୍ୱରଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ ହୋଇଥିଲା। ପତଳା ଝାଡା ହେବାରୁ ତାଙ୍କୁ ପ୍ରଥମେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିଛି ଦିନ ପରେ ପୁଣି ପେଟ ଫୁଲିବା ସହ ଯନ୍ତ୍ରଣା ହେବାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପେଟରେ ଏକ ଟ୍ୟୁମର ଥିବା ଜଣାପଡିଥିଲା। ପରେ ଖଗେଶ୍ୱରଙ୍କୁ ଧରି ମମତା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। ଘରବାଡ଼ି, ଜମି, ସୁନା ଆଦି ବିକ୍ରି ସହ ବନ୍ଧକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସେଠାରେ ଅପରେଶନରେ ଖର୍ଚ୍ଚ କରିଥିଲେ। ଅପରେଶନ ପରେ ମଳତ୍ୟାଗ କରିବାରେ ଖଗେଶ୍ୱର ଅସୁବିଧା ଅନୁଭବ କରିବାରୁ ଡାକ୍ତର ପୁଣି ବାଇପାସ୍‌ ସର୍ଜରୀ କରିଥିଲେ। ତେବେ ସମ୍ପୂର୍ଣ୍ଣ ଭଲ ହେବା ପୂର୍ବରୁ ଅଧିକ ଟଙ୍କା ଯୋଗାଡ଼ କରି ନ ପାରି ଘରକୁ ଫେରି ଆସିଥିଲେ। ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଦୁଃଖ ଶୁଣାଇବାରୁ ୫ ହଜାର ଟଙ୍କାର ସହାୟତା ମିଳିଥିଲା। ହେଲେ ସେତିକିରେ କିଛି ହେବନି ବୋଲି ଡାକ୍ତର କହୁଛନ୍ତି। ମୂଲ ମଜୁରି ଲାଗି ଆଣୁଥିବା ଟଙ୍କା ସ୍ବାମୀଙ୍କ ଔଷଧ କିଣାରେ ସରୁଛି। ଏପରିସ୍ଥିତିରେ ଝିଅ ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଅର୍ଥ ନ ଥିବାରୁ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ସରକାର ସହାୟତା ଯୋଗାଇଦେଲେ ସ୍ବାମୀ ଭଲ ହେବା ସହ ଝିଅଟା ପାଠ ପଢିପାରନ୍ତା ବୋଲି ମମତା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ରୋମାଞ୍ଚଳ ଖମାରି କୁହନ୍ତି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ନିମନ୍ତେ ଖଗେଶ୍ୱରଙ୍କ ପରିବାର ଜିଲା ପ୍ରଶାସନଠାରେ ଆବେଦନ କଲେ ଅଧିକ ସହାୟତା ପାଇପାରିବେ।

ଫୋଟୋ - http://v.duta.us/cAPlrwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/WYQnOgAA

📲 Get Anugul-dhenkanal News on Whatsapp 💬