[balasore] - ନାଲି ଫିତା ତଳେ ‘କେନ୍ଦ୍ରୀୟ ପାକଶାଳା’

  |   Balasorenews

ବାଲେଶ୍ୱର ଅଫିସ,୧୨।୨- ଦେଶରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ପାଠ ପଢ଼ା ସାଙ୍ଗକୁ ମଧ୍ୟାହ୍ନଭୋଜନର ମାନ ବଢ଼ାଇବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟସରକାର ମିଳିତ ଭାବେ ‘କେନ୍ଦ୍ରୀୟ ପାକଶାଳା’ ମାଧ୍ୟମରେ ସ୍କୁଲ୍‌ମାନଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇବା ଏକ ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାକୁ ଦେଶରେ ଏକକାଳୀନ ପ୍ରଣୟନ କରିବା ସମ୍ଭବ ହୋଇପାରି ନଥିବା ବେଳେ ପ୍ରଥମେ ସହରଗୁଡ଼ିକରେ ପ୍ରଣୟନ କରିଥିଲେ। ଅଭିଜ୍ଞ ସମ୍ପନ୍ନ ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ଆହ୍ବାନ ଦେଇଥିଲେ। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କେନ୍ଦୁଝର ଓ ରାଉରକେଲାରେ ସଫଳ ଭାବେ ‘କେନ୍ଦ୍ରୀୟ ପାକଶାଳା’ ମାଧ୍ୟମରେ ଯୋଗାଇ ଦିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ବାଲେଶ୍ୱର, ଗଞ୍ଜାମ, ଭଦ୍ରକ ଓ ବଲାଙ୍ଗୀରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରାଜ୍ୟସ୍ତରୀୟ ଷ୍ଟିୟରିଂ କମ୍‌ ମନିଟରିଂ କମିଟି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଆବେଦନ କରିଥିବା ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କ ତାଲିକା ଜିଲାପାଳଙ୍କୁ ପଠାଇ ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କ ସହ ଚୁକ୍ତିନାମା କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।...

ଫୋଟୋ - http://v.duta.us/deRwwQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/hbwklAAA

📲 Get Balasore News on Whatsapp 💬