[balasore] - ୧୫ ଘଣ୍ଟା ପଡ଼ି ରହିଲା ମୃତଦେହ

  |   Balasorenews

ତିହିଡ଼ି, ୧୨।୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ କଁାପଡ଼ା ପଞ୍ଚାୟତ ଚିଲପଦା ଗ୍ରାମର ହେମନ୍ତ ମଳିକଙ୍କ ମୃତଦେହ ରବିବାର ସ୍ଥାନୀୟ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରି ଗଁା ଲୋକେ ଅନ୍ତିମ ସଂସ୍କାର କରି ନ ଥିଲେ। ଫଳରେ ୧୫ ଘଣ୍ଟା ଧରି ମୃତଦେହ ଗଁାରେ ପଡ଼ିରହିଥିଲା। ଘଟଣାର ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଥିଲେ। ଖବର ପାଇ ସୋମବାର ପୂର୍ବାହ୍ନରେ ତିହିଡ଼ି ଥାନା ପୋଲିସ ଗ୍ରାମରେ ପହଞ୍ଚିଥିଲା। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି ପୋଲିସ କହିବା ପରେ ମୃତଦେହକୁ ସଂସ୍କାର କରାଯାଇଥିଲା।

ପ୍ରକାଶ ଯେ, ରବିବାର ସକାଳେ ପୋଖରୀରୁ ହେମନ୍ତଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୪/୧୯) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ରାତିରେ ମୃତଦେହ ବ୍ୟବଚ୍ଛେଦ ହୋଇ ଗଁାକୁ ଫେରିଥିଲା। ମାତ୍ର ଗ୍ରାମବାସୀ ଏହାକୁ ସଂସ୍କାର କରି ନ ଥିଲେ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/8rsUAgAA

📲 Get Balasore News on Whatsapp 💬