[berahampur] - ଉପଜିଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

  |   Berahampurnews

ବ୍ରହ୍ମପୁର ଅଫିସ,୧୨ା୨-ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଏବେ ଛାତ୍ର ବିଶୃଙ୍ଖଳା ଦେଖାଦେଇଛି ା କିଛିମାସ ତଳେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲରେ ବସାଇବାକୁ ନେଇ ଅଧ୍ୟକ୍ଷ ମୁହଁଦେଖା ନୀତି ଆପଣାଉ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଥିଲେ ା ସେହି ସମୟରେ କେତେକ ଛାତ୍ରଙ୍କ ଉପସ୍ଥାନ କମ ଥାଇ ମଧ୍ୟ ପରୀକ୍ଷା ହଲକୁ ଛଡାଯାଇଥିଲା। କିନ୍ତୁ ଉପସ୍ଥାନ କମ ଥିବା ଛାତ୍ରୀଛାତ୍ରଙ୍କ ପାଖରେ ମେଡିକାଲ ସାର୍ଟିଫିକେଟ ଥାଇ ମଧ୍ୟ ଅନେକଙ୍କୁ ପରୀକ୍ଷା ଦେବାକୁ କର୍ତ୍ତୃପକ୍ଷ ଛାଡି ନ ଥିଲେ ା ଏହାକୁ ନେଇ କ୍ୟାମ୍ପସରେ ଛାତ୍ର ଅସନ୍ତୋଷ ଦେଖା ଦେଇଥିଲା ା ଏବେ ପୁଣି ଶୁକ୍ରବାର ଠାରୁ ବହୁ ଛାତ୍ରୀଛାତ୍ରଙ୍କୁ ଇୟର ବ୍ୟାକକୁ ନେଇ ୩ ଦିନ ଧରି କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ସୋମବାର ଉପଜିଲାପାଳ ଦିଗନ୍ତ ରାଉତରାୟ ପହଞ୍ଚି ବ୍ୟାକ ଛାତ୍ରୀଛାତ୍ରଙ୍କ ମେଡିକାଲ ସାର୍ଟିଫିକେଟ ପ୍ରଦାନ କରିବା ସହ ଏହାକୁ ବିପିୟୁଟିକୁ ପଠାଯାଇ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ରମାନେ ଧାରଣାରୁ ହଟିଛନ୍ତି ା...

ଫୋଟୋ - http://v.duta.us/jm-WoAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Pi5qxgAA

📲 Get Berahampur News on Whatsapp 💬