[berahampur] - ଏଡିଏମ୍‌ଙ୍କୁ ସ୍ମାରକପତ୍ର ଦେଲେ ଓକିଲ ସଂଘ

  |   Berahampurnews

ଛତ୍ରପୁର,୧୧। ୨(ଡି.ଏନ.ଏ.)-ଭାରତୀୟ ଆଇନଜୀବୀ ପରିଷଦ ନିଷ୍ପତ୍ତି କ୍ରମେ ସୋମବାର ଛତ୍ରପୁର ଓକିଲ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ସଂଘ କାର୍ଯ୍ୟାଳୟରୁ ଏକ ରାଲି ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ପ୍ରତ୍ୟେକ ବାର୍‌ ଆସୋସିଏଶନ ପାଇଁ ଆବଶ୍ୟକ ଗୃହ, ସରଞ୍ଜାମ, ଲାଇବ୍ରେରି, ଇଣ୍ଟରନେଟ୍‌, ପାଇଖାନା, ମହିଳା ଓକିଲଙ୍କ ପାଇଁ ଅତ୍ୟାବଶ୍ୟକ ୱାସ୍‌ ରୁମ୍‌, ଓକିଲମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ତାଙ୍କ ବାର୍ଷିକ ବଜେଟ୍‌ରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିବା, ଓକିଲ ତଥା ତାଙ୍କ ପରିବାରବର୍ଗଙ୍କ ପାଇଁ ବୀମା ବ୍ୟବସ୍ଥା କରିବା, ନୂତନ ଭାବେ ଓକିଲାତିରେ ଯୋଗଦେଇଥିବା ଓକିଲ ମାନଙ୍କ ନିମନ୍ତେ ୫ ବର୍ଷ ପାଇଁ ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ବ୍ୟବସ୍ଥା, ଓକିଲଙ୍କ ଅକାଳ ମୃତ୍ୟୁ ଘଟିଲେ ଓ ଅକର୍ମଣ୍ୟ ହେଲେ ତାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା, ଶସ୍ତାରେ ଜମି ଦେବା ପାଇଁ ଯୋଜନା ପ୍ରଣୟନ, ଲିଗାଲ ସେବା ଅଥରିଟି ଆକ୍ଟରେ ସଂଶୋଧନ କରାଯାଇ ଯୋଗ୍ୟତାସମ୍ପନ୍ନ ଆଇନଜୀବୀଙ୍କୁ ସରକାରୀ ପଦ ପଦବୀର ଦାୟିତ୍ୱ ଦେବା, ବିଭିନ୍ନ କମିଶନ, ଟ୍ରିବ୍ୟୁନାଲ ଆଦିରେ ଯୋଗ୍ୟତାସମ୍ପନ୍ନ ଓକିଲଙ୍କୁ ନିଯୁକ୍ତି ଦେବା ଆଦି ରହିଛି। ଛତ୍ରପୁର ଓକିଲ ସଂଘ ସଭାପତି କେ ଶିବରାମ ରେଡ୍ଡୀ, ସାଧାରଣ ସମ୍ପାଦକ ଏସ୍‌. ଶ୍ୟାମ ସୁନ୍ଦର ରାଓ, ମନୋଜ ବେହେରା, ନରସିଂହ ପାଢୀ, ପ୍ରଦୀପ ପାଢୀ, ରାମଚନ୍ଦ୍ର ବେହେରା, ଡମିନାଥ ସାହୁ, ପଦ୍ମ ଚରଣ ସାହୁ, ଭୈରବ ପଟ୍ଟନାୟକ, ଲକ୍ଷ୍ମଣ ପଣ୍ଡା, ରାମକୃଷ୍ଣ ଦାଶ ଓ କୈଳାସ ପଲେଇ ପ୍ରମୁଖ ଓକିଲ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

ଫୋଟୋ - http://v.duta.us/laFwygAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/eni2XgAA

📲 Get Berahampur News on Whatsapp 💬