[berahampur] - ତୁଟିଲା ଜାଗା ବିବାଦ

  |   Berahampurnews

ବେଗୁନିଆପଡା,୧୧।୨(ଡି.ଏନ୍‌.ଏ.) -ବେଗୁନିଆପଡା ଫାଣ୍ଡି ଆଗରେ ଥିବା ଜଗାକୁ ନେଇ ଲାଗି ରହିଥିବା ବିବାଦ ତୁଟିଛି। ସୋମବାର କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ବିବାଦୀୟ ଜାଗା ଚି଼ହ୍ନଟ କରାଯାଇ କଲେଜରୋଡ଼ ସାହି ଓ ଦଳିତ ସାହିବାସିନ୍ଦାଙ୍କ ସମସ୍ୟା ସମାଧାନ କରାଯାଇଛି। ପ୍ରକାଶ ଯେ, ଫାଣ୍ଡି ଆଗରେ ଥିବା ପଡିଆ ଦେଉଳିଆପଡା ଦଳିତ ସାହିର କୋଠ ଜାଗା। ଏହା ନିକଟରେ ଥିବା କଲେଜ ରୋଡ଼ ସାହିର କିଛି ଲୋକ ସେମାନଙ୍କ ଘର ପଛପଟେ ଉକ୍ତ ଜାଗା ଅକ୍ତିଆର କରିଥିଲେ। ୨୦୧୮ ଜାନୁୟାରୀ ୧୩ରେ ଦଳିତ ସାହିର କେତେକ ମହିଳା ଓ ପୁରୁଷ କାତି, ଠେଙ୍ଗା ଧରି ଉକ୍ତ ଜାଗାରେ ଥିବା ଲଟାବୁଦା ସଫା କରିଥିଲେ l ଏହାକୁ ନେଇ କଲେଜ ରୋଡ଼ସାହି ବାସିନ୍ଦା ଫାଣ୍ଡି ଦ୍ୱାରସ୍ଥ ହୋଇଥିଲେ l ପୋଲିସ ସେମାନଙ୍କୁ ବୁଝାଶୁଝା କରି ଉକ୍ତ ଜାଗା ଚିହ୍ନଟ କରାଯିବ ବୋଲି କହିଥିଲା। ସେହି ପ୍ରକାରେ ଗତ ଏପ୍ରିଲରେ ଜାଗା ଚିହ୍ନଟ କରାଯାଇଥିଲା। କଲେଜ ରୋଡ ସାହି ଲୋକ କିଛି ଜାଗା ଦଖଲ କରିଥିବାରୁ ୭ ଦିନ ମଧ୍ୟରେ ହଟିବାକୁ ତହସିଲଦାର କହିଥିଲେ l ତଥାପି ସମସ୍ୟା ସମାଧାନ ନ ହେବାରୁ ଗତ ୨୬ ତାରିଖରେ ଦଳିତ ସାହିବାସିନ୍ଦା ଜେସିବି ଲଗାଇ କୋଠ ଜାଗା ସଫା କରିଥିଲେ l ଏହାର ପ୍ରତିବାଦରେ ୨୭ ତାରିଖରେ କଲେଜ ସାହି ଲୋକେ ମୁଖ୍ୟରାସ୍ତା ଅବରୋଧ କରିଥିଲେ l ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ, ଫାଣ୍ଡି ଅଧିକାରୀ ଲୋକଙ୍କୁ ବୁଝାଶୁଝା କରି ପୁଣି ଜାଗା ଚିହ୍ନଟ କରାଯିବ କହିଥିଲେ l ତେଣୁ ସୋମବାର ଅତିରିକ୍ତ ତହସିଲଦାର, ଆରଆଇ ମଙ୍ଗୁଳୁ ନାୟକ ଓ ପୋଲିସ ଉପସ୍ଥିତରେ ଜାଗା ଚି଼ହ୍ନଟ କରାଯାଇ ସମସ୍ୟା ସମାଧାନ କରାଯାଇଥିଲା l

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/5Bwj_QAA

📲 Get Berahampur News on Whatsapp 💬