[berahampur] - ଧରାକୋଟ ବ୍ଲକ: ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

  |   Berahampurnews

ଧରାକୋଟ,୧୨ା୨(ଡି.ଏନ.ଏ.)-ଧରାକୋଟ ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଦାସ, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ସହକାରୀ ଜିଲାପାଳ କ୍ଷିତୀଶ ବେହେରା, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ବିଡିଓ ରବିନାରାୟଣ ତ୍ରିପାଠୀ, ତହସିଲଦାର ଗଦାଧର ପାତ୍ର ଓ ବ୍ଲକ ଅଧ୍ୟକ୍ଷା ରୀନା ଗୌଡ ପ୍ରମୁଖ ମଞ୍ଚାସୀନ ରହି ଆଗତ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ମୁଖ୍ୟତଃ ୨୧୯ ଅଭିଯୋଗ ଆସିଥିଲା। ସେଥିରୁ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ୧୨୨ ଅଭିଯୋଗ ଆସିଥିବା ବେଳେ ରାଶନ କାର୍ଡ ନେଇ ୩୪ ଅଭିଯୋଗ, ତିତ୍‌ଲି ସହାୟତା ପାଇଁ ୨୨ ଅଭିଯୋଗ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ୧୬ ଅଭିଯୋଗ, ଗୁହାଳ ଘର ପାଇଁ ୨ ଅଭିଯୋଗ, ଗ୍ରାମ୍ୟ ରାସ୍ତା କାର୍ଯ୍ୟ ନେଇ ୨ଅଭିଯୋଗ ସହ ଜମି ପଟ୍ଟା, ପାନୀୟ ଜଳ ଓ ଗଡ ଭିତରକୁ ବସ୍‌ ଚଳାଚଳ ସହ ଅନ୍ୟାନ୍ୟ କେତେକ ବିଷୟ ଉପରେ ଅଭିଯୋଗ ହୋଇଥିଲା। ଶିବିରରେ ଚାଷୀମାନେ କାଳିଆ ଯୋଜନାର ସହାୟତା ରାଶି ପାଇପାରୁ ନ ଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଏ ପର୍ଯ୍ୟନ୍ତ ଚାଷ କ୍ଷତି ପୂରଣ, ଘର ଭଙ୍ଗା କ୍ଷତିପୂରଣ ସହ କୃଷି କ୍ଷେତ୍ରରେ ବିଭିନ୍ନ ସମସ୍ୟା ନେଇ କୃଷକମାନେ ଅତିରିକ୍ତ ଜିଲାପାଳ ଏବଂ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରରେ ଶ୍ରମ, ଖାଦ୍ୟ ଯୋଗାଣ, ସମବାୟ ଜଳ ପରିମଳ, ଜିଲା ସାମାଜିକ ସୁରକ୍ଷା, ରାଜସ୍ବ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପ୍ରାଣୀ ସମ୍ପଦ, ଅବକାରୀ, ସ୍ବାସ୍ଥ୍ୟ, କୃଷି ସହ ଅନ୍ୟାନ୍ୟ ବିଭାଗ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ସାହୁ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଡି. ନରସିଂହ ରେଡ୍ଡୀ, ସହକାରୀ ଯନ୍ତ୍ରୀ ମୋହନ ସାହୁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଏମଭିକେ. ଅଶୋକ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, କୃଷି ଅଧିକାରୀ ମାନସ ରଞ୍ଜନ ପଣ୍ଡା, ସମବାୟ ଅଧିକାରୀ କେଦାର ଗୌରୀ ଭଞ୍ଜ, ସିଇଓ ପୁରୁଷୋତ୍ତମ ପାଢୀ, ସିଡିପିଓ ସରୋଜବାଳା ଆଚାର୍ଯ୍ୟ, ଜଳ ପରିମଳ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ବାଇଁ, ଚିନ୍ମୟୀ ରାଉତ, ପ୍ରାଣୀ ଚିକିତ୍ସକ ମାନସ ରଞ୍ଜନ ପୋଲାଇଙ୍କ ସମେତ ବ୍ଲକ ଏବଂ ତହସିଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/a7JFuAAA

📲 Get Berahampur News on Whatsapp 💬