[berahampur] - ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ବନ୍ଦ ଡାକରା: ବାଲିଗୁଡ଼ା କୋର୍ଟ ଅଚଳ

  |   Berahampurnews

ବାଲିଗୁଡ଼ା,୧୨।୨(ଡି.ଏନ୍‌.ଏ.): ଭାରତୀୟ ଆଇନଜୀବୀ ପରିଷଦ, ନୂଆଦିଲ୍ଲୀ, ରାଜ୍ୟ ଆଇନଜୀବୀ ପରିଷଦ କଟକ ଓ ରାଜ୍ୟର ସମସ୍ତ ବାର୍‌ ଆସୋସିଏଶନର ମିଳିତ ଡାକରାକ୍ରମେ କନ୍ଧମାଳ ଜିଲା ବାଲିଗୁଡ଼ାର ସମସ୍ତ କୋର୍ଟ ୧୧ ଓ ୧୨ ଦୁଇଦିନ ଧରି ବନ୍ଦ ରହିଛି। ଫଳରେ ଜନସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ, ବାର୍‌ ଆସୋସିଏଶନ ପାଇଁ ଅତ୍ୟାବଶ୍ୟକ ଗୃହ, ସରଞ୍ଜାମ, ଲାଇବ୍ରେରୀ, ଇଣ୍ଟରନେଟ୍‌, ଶୌଚାଳୟ ବିଶେଷ କରି ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ଦାବି ରହିଛି। ସେହିପରି ଓକିଲମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବାର୍ଷିକ ବଜେଟ୍‌ରେ ୫ହଜାର କୋଟି ଟଙ୍କା ବ୍ୟୟ ବରାଦ କରିବା ଦାବି କରାଯାଇଛି। ଏହି ୫ହଜାର କୋଟି ଟଙ୍କାରେ ଓକିଲ ତଥା ତାଙ୍କ ପରିବାର ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା, ନୂତନ ଭାବେ ଓକିଲାତି ଆରମ୍ଭ କରିଥିବା ଆଇନଜୀବୀଙ୍କ ପାଇଁ ସର୍ବନିମ୍ନ ୫ବର୍ଷ ପାଇଁ ମାସିକ ୧୦ ହଜାର ଟଙ୍କା ଓ କୌଣସି ଓକିଲଙ୍କ ଅକାଳ ମୃତ୍ୟୁ କିମ୍ବା ଅକର୍ମଣ୍ୟ ହେଲେ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାଭଳି ବିଭିନ୍ନ ସୁବିଧା ସୁଯୋଗ ଦେବାକୁ ସ୍ଥାନୀୟ ବାର୍‌ ଆସୋସିଏଶନର ସଭାପତି କୌଶିକ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ସହକାରୀ ଉପଜିଲାପାଳ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଜରିଆରେ ପ୍ରେରଣ କରିଥିଲେ। ଏଥିରେ ସ୍ଥାନୀୟ ବାର୍‌ ଆସୋସିଏଶନର ପଦ୍ମଚରଣ ପଟ୍ଟନାୟକ, ପଦ୍ମଚରଣ ପଣ୍ଡା, ସେଖ୍‌ ସାଦ୍ଦିକ, ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/lT4tKQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/YSU5RgAA

📲 Get Berahampur News on Whatsapp 💬