[berahampur] - ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

  |   Berahampurnews

ଫିରିଙ୍ଗିଆ, ୧୨ା୨-ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ତଳପଡା ଉଚ୍ଚ ପ୍ରାଥମିକ ସେବାଶ୍ରମରେ ଶିକ୍ଷକ ଅଭାବ ଲାଗିରହିଛି ା ଫଳରେ ଏଠାରେ ଶିକ୍ଷାଦାନରେ ବାଧା ଉପୁଜିଛି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି। ଏପରିକି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜିଲା ମଙ୍ଗଳ ଅଧିକାରୀଙ୍କୁ ଏ ନେଇ ଅବଗତ କରିଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ ା ତୁରନ୍ତ ସମସ୍ୟା ସାମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ତଳପଡା ଉଚ୍ଚ ପ୍ରାଥମିକ ସେବାଶ୍ରମରେ ପ୍ରଥମରୁ ୭ମ ଶ୍ରେଶୀ ପର୍ଯ୍ୟନ୍ତ ରହିଛି ା ୧୩୯ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପଢ଼ୁଥିବା ବେଳେ ୩୪ ଜଣ ପ୍ରତିଦିନ ଯିବାଆସିବା କରନ୍ତି। ପ୍ରଥମରେ ୧୩, ଦ୍ୱିତୀୟରେ ୩୦, ତୃତୀୟରେ ୨୯, ଚତୁର୍ଥରେ ୩୮, ପଞ୍ଚମରେ ୩୫, ଷଷ୍ଠରେ ୯ ଓ ସପ୍ତମରେ ୧୯ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମୋଟ ଛାତ୍ରୀ ୧୧୨ ଓ ଛାତ୍ରଙ୍କ ସଂଖ୍ୟା ୬୧ ା ଜାଗ୍ରତ କନ୍ଧମାଳର ସଭାପତି ଅଙ୍ଗଦ ବେହେରା କହିଛନ୍ତି, ସେବାଶ୍ରମରେ ପୂର୍ବରୁ ଶିକ୍ଷକ ଅଭାବ ରହିଛନ୍ତି। ୩ ମାସ ତଳେ ୩ ଶିକ୍ଷକ ଥିଲେ ା ସେମାନଙ୍କ ମଧ୍ୟରୁ ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି ା ଅନ୍ୟ ୨ ଶିକ୍ଷକ ଏତେ ପିଲାଙ୍କୁ ପଢ଼ାଇବା ଅସମ୍ଭବ ହୋଇପଡୁଛି ା ଏଠାକାର ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁ ଆଦିବାସୀ ଏବଂ ପଛୁଆବର୍ଗ ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି ା ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ବେହେରା କହିଛନ୍ତି। ଫିରିଙ୍ଗିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(ଡବ୍ଳ୍ୟୁଇଓ) ରବୀନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସେବାଶ୍ରମରେ ୬ ଶିକ୍ଷକ ରହିବା କଥା ା ଏବେ ୨ ଜଣ ଅଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ଜିଲା ମଙ୍ଗଳ ଅଧିକାରୀଙ୍କୁ ସେ ଅବଗତ କରିଥିବା କହିଛନ୍ତି।

ଫୋଟୋ - http://v.duta.us/tNdaKQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/HLV1LgAA

📲 Get Berahampur News on Whatsapp 💬