[rayagada] - ଗଜପତିର କ୍ରିଷ୍ଟଜ୍ୟୋତି ହେବେ ଆମେରିକା ବୋହୂ

  |   Rayagadanews

ପାରଳାଖେମୁଣ୍ଡି, ୧୨।୨(ସ୍ବ.ପ୍ର.): ପ୍ରଥମ ଦେଖାରେ ଭଲପାଇବସିଲେ ଆଉ ହୃଦୟ ବି ଦେଲେ। ଏହାପରେ ଜୀବନସାଥୀ କରିବାର ପ୍ରସ୍ତାବ ରଖିଲେ ଆମେରିକୀୟ ଯୁବକ ଏମ୍‌.ଏସ୍‌.ମିଲର। ପରିବାର ସମ୍ମତିରେ ଏହି ପ୍ରସ୍ତାବକୁ ସ୍ବାଗତ କରି ହାତ ବଢାଇଲେ ଗଜପତି ଜିଲାର ଝିଅ କ୍ରିଷ୍ଟଜ୍ୟୋତି ବର୍ଦ୍ଧନ। ଉଭୟଙ୍କ ମଧ୍ୟରେ ଆସନ୍ତା ଜୁଲାଇରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ସୋମବାର ପାରଳାଖେମୁଣ୍ଡିସ୍ଥିତ ଜିଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁହେଁ ଆଇନଗତ ଭାବେ ପରସ୍ପରର ହାତ ଧରିଛନ୍ତି। ଏହାଦ୍ୱାରା ପାରମ୍ପରିକ ରୀତିରେ ବିବାହ ଉତ୍ସବ ନିମନ୍ତେ ପଥ ପରିଷ୍କାର ହେଲା ବୋଲି କ୍ରିଷ୍ଟଜ୍ୟୋତିଙ୍କ ବାପା ସନ୍ତମୂର୍ତ୍ତୀ ବର୍ଦ୍ଧନ କହିଛନ୍ତି। ସୂଚନା ଅନୁଯାୟୀ, ମିଲର ସମ୍ପ୍ରତି ଆମେରିକାର ଇଣ୍ଡିଆନା ସହରସ୍ଥ ଏକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ଗଜପତି ଜିଲା ରାୟଗଡ ବ୍ଲକ ଅଞ୍ଚଳର ସନ୍ତମୂର୍ତ୍ତୀ ବର୍ଦ୍ଧନଙ୍କ ଝିଅ କ୍ରିଷ୍ଟଜ୍ୟୋତି ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଏମ୍‌.କମ୍‌ ପଢିବା ପରେ କୋଲକାତାରେ ଏକ କମ୍ପାନୀରେ ଅର୍ଥ ସଂଯୋଜକ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ମିଲର କଲିକତାକୁ କୌଣସି କାମରେ ଆସିଥିଲେ। ସେଠାରେ ସେ କ୍ରିଷ୍ଟଜ୍ୟୋତିଙ୍କୁ ଦେଖିଥିଲେ। ପ୍ରଥମ ଦେଖାରେ ହିଁ ତାଙ୍କୁ ଭଲ ପାଇବସିଥିଲେ। ଏ ନେଇ ସେ କ୍ରିଷ୍ଟଜ୍ୟୋତିଙ୍କ ନିକଟକୁ ବିବାହ ପ୍ରସ୍ତାବ ପଠାଇଥିଲେ। କ୍ରିଷ୍ଟଜ୍ୟୋତି ଓ ତାଙ୍କ ପରିବାର ଏଥିରେ ରାଜି ହେବାରୁ କଥା ଆଗେଇଥିଲା। ଆସନ୍ତା ଜୁଲାଇ ୫ତାରିଖରେ ରାୟଗଡ ଚର୍ଚ୍ଚରେ ବିବାହ ଉତ୍ସବ ଆୟୋଜନ ନିମନ୍ତେ ସ୍ଥିର ହୋଇଛି। ଗଜପତି ଜିଲାର ପ୍ରଥମ ଝିଅ ଭାବେ କ୍ରିଷ୍ଟଜ୍ୟୋତି ଆମେରିକୀୟ ଯୁବକଙ୍କୁ ବିବାହ କରିଥିବା ଜିଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ଫୋଟୋ - http://v.duta.us/8oX54QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Zq9FcgAA

📲 Get Rayagada News on Whatsapp 💬