[sambalpur] - ଆର୍‌ଡି, ପିଡବ୍ଲ୍ୟୁଡି ବିଭାଗରେ ଦୁରନୀତିର ଚେର : ଫସକା କାମ୍‌କେ ବିରୋଧ କଲେ ୨ ଗଁ।ବାସୀ

  |   Sambalpurnews

ଲାଞ୍ଜିଗଡ଼,୧୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଆର ପିଡବ୍ଲ୍ୟୁଡି ନିଜର ଠିକାଦାର ପୁଷା ନୀତିର ଲାଗି ରାଏଜେ ବଦନାମ ହେଇକରି ଅଛନ୍‌। ଇଆଡ଼େ ଲୋକ୍‌ ଯେତେ ଅଭିଯୋଗ କଲେ ବି ଠିକାଦାରମାନକୁ ବିଭାଗୀୟ ଅଧ୍‌କାରୀମାନେ ସୁରକ୍ଷା ଦେଉଛନ୍‌। ହେଲେ ଏହେଦେ ଲୁକ୍‌କର ଅସନ୍‌ତୋଷର ଶିକାର ହେଉଛନ୍‌ ଇ ଦୁରନୀତିଖୋର ଅଧ୍‌କାରୀମାନେ। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ମଧୁପୁର ଗଁାରେ ୨ଟା ଜାଗାରେ ରାସ୍‌ତା ଆର ଗାଡଓ୍ବାଲ କାମ୍‌ ଚାଲିଛେ। ହେଲେ କାମ୍‌ ଅତି ହଲ୍‌କା ହେଉଥିବାର ଅଭିଯୋଗ କରି ଗଁାବାସୀ କାମ୍‌ ବଁଦ୍‌ କରିଦେଇଛନ୍‌। ଅଭିଯୋଗ ଅନ୍‌ସାରେ ଭବାନୀପାଟଣା-ରାୟଗଡ଼ା ରାଜ୍ୟ ରାଜପଥର ଡେଙ୍ଗେନ ଛକରୁ ମଧୁପୁରକେ ଯୁଡ଼ି ହେଉଥିବାର ଆର୍‌ଡି ରାସ୍‌ତାର ଦୁଇଫାଲେ ଭିନେ ଭିନେ ଜାଗାରେ ୩୦ରୁ ଅଧ୍‌କା ଗାଡଓ୍ବାଲ ତିଆର କରାଯାଇଛେ। ଇ ସବୁ କାମ୍‌କେ ଝନେ ଠିକାଦର କରୁଛନ୍‌। ସେ ବିଭାଗୀୟ ଅଧ୍‌କାରୀମାନକୁ ନିଜର ଆଏତେ ରଖି ହଲ୍‌କା କାମ୍‌ କରୁଥିବାର ଅଭିଯୋଗ ହେଇଛେ। ସେନ୍‌ତା ଗୋପାଳପୁର, ମଧୁପୁର ଗଁାର ରାସ୍‌ତାର ଦୁଇଫାଲେ ସେ ଠିକାଦାର ଝନକ କାମ କରୁଛନ୍‌। ଗଁାବାସୀ ହଲ୍‌କା କାମ୍‌କେ ନେଇ ବିଭାଗୀୟ ଅଧ୍‌କାରୀକୁଁ ଅଭିଯୋଗ କଲେ ବି କିଛି ଲାଭ ନାଇଁ ହେବାର। ଇଆଡ଼େ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଠିକାଦାରକୁଁ ମୁଡ଼େ ବସେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ମଧୁପୁର ଆଶ୍ରମ ସ୍କୁଲ ଆଘେ ଇ ଠିକାଦାର ଝନ୍‌କ ଗୁଟେ ଗାଡଓ୍ବାଲ କାମ୍‌ କରୁଛନ୍‌। ହେଲେ କାମ୍‌ ଅତି ହଲ୍‌କା ହେବାର ଲାଗି ଥାନୀୟ ଯୁବକ ସଂଘ, ବିଜୁ ଯୁବ ବାହିନୀ ଆର ଗଁାବାସୀ କାମ୍‌କେ ବିରୋଧ କରି ବଁଦ୍‌ କରିଦେଇଛନ୍‌। ଠିକାଦରକଁର ସବୁ କାମ୍‌କେ ଯଁାଚ୍‌ କରାଯାଉ ଆର କଡ଼ା ପଦକ୍ଷେପ ନିଆଯାଉ ବଲି ଗଁାବାସୀ ଦାବି କରିଛନ୍‌। ସେନ୍‌ତା ପିଡବ୍ଲ୍ୟୁଡି ବିଭାଗ୍‌ ତରଫୁ କଦମ୍ବଗୁଡା-ଭୁର୍ଟିଗଡ଼ ରାସ୍‌ତା କାମ୍‌ ଚାଲିଛେ। ହେଲେ ରାସ୍‌ତାରେ କଂକ୍ରିଟ କାମ୍‌ ଅତି ଫସକା ହେଉଥିବାର କଦମ୍ବଗୁଡ଼ା ପଁଚେତ୍‌ର ଖିକ୍ସାଭଟା ଗଁାବାସୀ ଅଭିଯୋଗ କରିଛନ୍‌। ଏନ୍‌ତା କି ପୁର୍‌ନା ରାସ୍‌ତାକେ ନାଇଁ କୁଡ଼ିକରି ତାର ଉପରେ କାମ୍‌ ହେଉଛେ, ଯେନ୍‌ଟାକେ ଗଁାବାସୀ ବଢ଼େ ବିରୋଧ କରୁଛନ୍‌। ଏଷ୍ଟିମେଟ୍‌ ହିସାବେ କାମ୍‌ ନାଇଁ ହେଲେ ରାସ୍‌ତା କାମ୍‌କେ ବିରୋଧ କରାଯିବା ବଲି ଗଁାବାସୀ ଚେତାବନୀ ଦେଇଛନ୍‌। ଆର୍‌ଡି ଆର ପିଡବ୍ଲ୍ୟୁଡି ବିଭାଗରେ ବଛର ବଛର ହେଲା କେତେ ଅଧ୍‌କାରୀ ଗୁଟେ ଜାଗାରେ ଅଛନ୍‌, ଇତାକର କେଭେ ବଦଲି ନାଇଁ ହେବାର। ଯେନ୍‌ଥିରଲାଗି ଅଂଚଲରେ ଦୁରନୀତି ବଢ଼୍‌ତେଲ ଯାଉଛେ ବଲି ସାଧାରନ୍‌ରେ ଚରଚା ହେଉଛେ। ଇ ବାବ୍‌ଦେ ଆର୍‌ଡି ବିଭାଗର କନିଷ୍ଠ ଯନ୍ତ୍ରୀ ନାରାୟଣ ବେହେରାକୁଁ ପଚରାଲାରୁ ସବୁ କାମ୍‌ ଠିକ୍‌ ହେଉଛେ। ଆମେ ଲୁକ୍‌କର ଲାଗି କାମ୍‌ କରୁଛୁଁ, ଲୋକ୍‌ ଆମକୁ ସହଯୋଗ କରବାର କଥା ବଲି ସେ କହିଥିଲେ।

ଫୋଟୋ - http://v.duta.us/IA37PwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZA5DBgAA

📲 Get Sambalpur News on Whatsapp 💬