[sambalpur] - ଚିକିସତ୍ା ଅଭାବୁ ଭିନ୍ନକ୍ଷମ ହେଲେ ଭାଇବହେନ୍‌

  |   Sambalpurnews

ବିନିକା,୧୨ା୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ ଆଖିଦାଦର ଗଁାରେ ଚିକିସତ୍ା ଅଭାବୁ ଦୁଇ ଭାଇ ବହେନ୍‌ ଭିନ୍ନକ୍ଷମ ହେଇଥିବାର ଅଭିଯୋଗ ହେଇଛେ। ଗଁାର ସ୍ବର୍ଗତ ଉଜ୍ୱଳ ବାଘ ଆର ଶଶିଦେଇକଁର ଦୁଇପୁଓ ଘନଶ୍ୟାମ(୩୫), ଗଣେଶ(୨୫) ଆର ଝି’ବାଙ୍ଗିରି(୨୯)କୁଁ ନେଇ ସୁଖର ସଁସାର। ଉଜ୍ୱଳକଁର ଘରବାଡ଼ି ଟିକେ ଆର ୨ ଏକର ଜମି ଥିଲା। ହେଲେ ଅଭାବ ଅନାଟନରୁ ଉଜ୍ୱଳ ଜମି ୨ ଏକର ବଁଧା ପକେଇଥିଲେ। ଆଏଜ୍‌ ବି ସେ ଜମି ବଁଧା ପଡ଼ିଛେ, ପରିବାର ଲୋକ୍‌ ମୁକ୍‌ଲେଇ ନୁହେପାରନ୍‌। ଇଆଡ଼େ ଉଜ୍ୱଳ ଆଏଜ୍‌କେ ୧୨ ବଛର ହେଲା ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଘନଶ୍ୟାମ ପରିବାରର ଦାଇତିଅ ନେଇଛନ୍‌। ଘରେ ଭାଇ ଗଣେଶ ମାନ୍‌ସିକ୍‌ ବିକୁରତି ରୋଗ୍‌ରେ ପୀଡ଼ିତ ଥିଲା ବେଲେ ବହେନ୍‌ ବାଙ୍ଗିରି ହାତ୍‌ଗୋଡ଼୍‌ ନାଇଁ ଚଲବାର। ଦୁଇ ଭାଇବହେନ୍‌ ଭିନ୍ନକ୍ଷମ ଆଏ। ହେଲେ ଇ ଦୁଇ ଭାଇବହେନ୍‌ ଛୁଆବେଲେ ଏନ୍‌ତା ନାଇଁ ଥାଇ। ଯେତେବେଲେ ତାହାକୁ ରୋଗ୍‌ ଧଏଲା ଆସର ପାସର ଡାକ୍‌ତରଖାନାରେ ଚିକିସତ୍ା କରାଲେ, ହେଲେ କିଛି ଲାଭ୍‌ ନାଇଁହେଲା। ଟଁକା ପଏସା ଅଭାବୁ ଉଚ ଚିକିସତ୍ା କରେଇ ନାଇଁପାରଲେ, ଯେନ୍‌ଥିରଲାଗି ଦୁଇ ଭାଇ ବହେନ୍‌ ଶେଷେ ଭିନ୍ନକ୍ଷମ ପାଲଟିଯାଇଛନ୍‌ ବଲି ବଡ଼ ଭାଇ ଘନଶ୍ୟାମ କହିଛନ୍‌। ଏହେଦେ ଘରେ ବୁଢ଼ୀ ମା’, ଦୁଇ ଭିନ୍ନକ୍ଷମ ଭାଇ ବହେନ ଆର ମୋର ମାଏକିନା, ଦୁଇଛୁଆକୁ ଏକସରିଆ ଲୋକ୍‌ ପୁଷ୍‌ଲା ବେଲେ ଅଚାବୁହା ହେଇଯାଉଛେଁ। ସଖାଲ ପାଏଲେ ଛ’ପରାନୀର ପେଟର ଚିନ୍‌ତାରେ ବାହାଜାଂଗଲ ମାଜ୍‌ବାକେ ପଡ଼ୁଛେ। ଯାହା କମାନି କରୁଛେଁ ପେଟ୍‌କେ ପାଏଲେ ଦିହିକେ ନାଇଁ ପାଏବାର, ଏନ୍‌ତାଥି ଦୁଇ ଭାଇ ବହେନ୍‌କର ଚିକିସତ୍ା ଚିନ୍‌ତା କାଣା କରମି ବଲି ଗୁଲ୍‌ଗୁଲା ହେଇ କହିଛନ୍‌ ଘନଶ୍ୟାମ। ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ଶଶିଦେଇ ପାଉଥିବାର ୫ଶହ ଟଁକା ଭତା। ଗଣେଶ ଆର ବାଙ୍ଗିରି ଭିନ୍ନକ୍ଷମ ହେଇଥିଲେ ବି ଆଏଜ୍‌ତକ୍‌ ପରମାନ୍‌ପତର ନାଇଁପାଇ। ଯେନ୍‌ଥିରଲାଗି ଦୁଇ ଭାଇ ବହେନ୍‌ ସବୁ ପରକାର ସରକାରୀ ସୁବିଧା ସୁଯୋଗ୍‌ରୁ ବଁଚିତ୍‌ ହେଇ ରହିଛନ୍‌। ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଇ ଦୁଇ ଭାଇ ବହେନ୍‌କର ଉପରେ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌, ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

ଫୋଟୋ - http://v.duta.us/8FyTMAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Ke7TtQAA

📲 Get Sambalpur News on Whatsapp 💬