[sambalpur] - ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି: ୮ ଦିନ ବନ୍ଦ ଅଛି ଜିଲା ପ୍ରକଳ୍ପ: ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ବନ୍ଦ

  |   Sambalpurnews

ଦେବଗଡ଼,୧୨ା୨(ସ୍ବ.ପ୍ର.): ଦେବଗଡ଼ ଜିଲା ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ଦୀର୍ଘ ୮ଦିନ ହେଲା ବନ୍ଦରହିଛି। ଫଳରେ ସମସ୍ତ ବିଦ୍ୟାଳୟ ପରିଚାଳନାରେ ଘୋର ଅବ୍ୟବସ୍ଥା ପରିଲକ୍ଷିତ ହେବାସହ ଦୂର ଦୂରାନ୍ତରୁ ଆସୁଥିବା ସମ୍ପୃକ୍ତ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ସର୍ବଶିକ୍ଷା ଅଭିଯାନରେ ଚାଲିଥିବା ନିର୍ମାଣ କାର୍ଯ୍ୟ, ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସହ ସ୍କୁଲ ମନିଟରିଂ ଭଳି ଅତ୍ୟାବଶ୍ୟକ ନିତି ଦିନିଆ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ରହିଛି ।

ପ୍ରକାଶ ଯେ, ଦୀର୍ଘଦିନ ହେଲା ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଅସ୍ଥାୟୀ ଠିକା କର୍ମଚାରୀମାନେ ୭ମ ବେତନ କମିଶନ ଅନୁଯାୟୀ ଦରମା ସହ ସ୍ଥାୟୀ ନିଯୁକ୍ତି ତଥା ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟ କରିବାକୁ ହୋଇଥିବା ସରକାରୀ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ଗତ ୨୮ ତାରିଖରେ ସମ୍ପୃକ୍ତ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି ପ୍ରତିବାଦ କରିବା ସହ ଗତ ୪ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ା ଯାହାକି ଅଦ୍ୟାବଧି ଜାରି ରହିଛି ।

ଫୋଟୋ - http://v.duta.us/iHtS4AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/FiIJ0AAA

📲 Get Sambalpur News on Whatsapp 💬