[sambalpur] - ଡୁଙ୍ଗୁରିପାଲି ବ୍ଲକ ପରିସରରେ : ଫାଙ୍କା ଗୁଳି ଚାଳନା

  |   Sambalpurnews

ଡୁଙ୍ଗୁରିପାଲି, ୧୨ା୨(ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ପରିସରରେ ସୋମବାର ଅପରାହ୍ନରେ ଗୁଳି ଫୁଟିଛି। ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଫାଙ୍କା ଗୁଳି ଚାଳନା କରାଯାଇଥିବା ଡୁଙ୍ଗୁରିପାଲି ବିଡ଼ିଓ ସହଦେବ ସମାଧିଆ ଥାନାରେ ଅଭିଯୋଗ କରିଛନ୍ତି ା ଏ ନେଇ ପୋଲିସ ତନାଘନା ଆରମ୍ଭ କରିଛି ା ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ା ଡୁଙ୍ଗୁରିପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସୋମବାର ଡୁଙ୍ଗୁରିପାଲି ରାଜୀବ ଭବନରେ ସମସ୍ତ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ନେଇ ‘ପିଠା’ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି ବୈଠକ ଚାଲିଥିଲା ା ଅପରାହ୍ନ ୩ଟା ୫୪ରେ ଜଣେ ଅଜଣା ବ୍ୟକ୍ତି ଏକ ଚାରିଚକିଆ ଗାଡିରେ ବ୍ଲକ ପରିସରକୁ ଆସି ପ୍ରଥମେ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ା ସେଠାରେ ବିଡ଼ିଓ ସହଦେବ ସମାଧିଆଙ୍କୁ ନ ପାଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚାରିଥିଲେ ା ବିଡିଓ ପ୍ରସ୍ତୁତି ବୈଠକରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ କହିଥିଲେ ା ପରେ ସେହି ବ୍ୟକ୍ତି ବିଡିଓଙ୍କ ପାଖରେ ପହଞ୍ଚତ୍ ଚେରୁପାଲି ପଞ୍ଚାୟତର ପିଇଓ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ା ବୈଠକରେ ଉପସ୍ଥିତ ଥିବା ଚେରୁପାଲି ପିଇଓ ଦୁର୍ଯ୍ୟୋଧନ ମେହେର ସଂପୃକ୍ତ ବ୍ୟକ୍ତିଙ୍କୁ ନିଜ ପରିଚୟ ଦେଇଥିଲେ ା ଏହାପରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ା ଏହାପରେ ସେ ବାହାରକୁ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ା ଖବର ପାଇ ଡୁଙ୍ଗୁରିପାଲି ଥାନା ସବ୍‌ଇନ୍ସପେକ୍ଟର ଯଯାତି କେଶରୀ ସାହୁ ପହଞ୍ଚତ୍ ବିଡିଓଙ୍କୁ ଘଟଣା ବିଷୟରେ ପଚାରିଥିଲେ ା ବିଡିଓ ପାଇଥିବା ଏକ ଡାଏରୀ ପୋଲିସକୁ ହସ୍ତାନ୍ତର କରିଥିଲେ ା ପୋଲିସ ଘଟଣାସ୍ଥଳରୁ ଖୋକାର କିଛି ଅଂଶ ଓ ମାଟି ଜବତ କରିଛି ା ପରେ ବ୍ଲକ ଅଫିସରେ ଲାଗିଥିବା ସିସି ଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯାଇଛି ା ସଂପୃକ୍ତ ବ୍ୟକ୍ତି ଏକ କଳାରଙ୍ଗର ଶାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିିନ୍ଧି ୩ଟା ୫୪ ମିନିଟରେ ଅଫିସକୁ ଆସିଥିଲେ ା ପୋଲିସ ଜବତ କରିଥିବା ଉକ୍ତ ଡାଏରୀ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି ା ଏ ବିଷୟରେ ଡୁଙ୍ଗୁରିପାଲି ପୋଲିସ ଥାନାରେ ଏକ ମାମଲା( ନଂ. ୨୩/୨୦୧୯) ଦଫା ୪୪୮,୨୯୪,୫୦୬ ଆଇପିସି ୨୫,୨୭ ଆର୍ମ ଆକ୍ଟରେ ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ନିରଞ୍ଜନ ଦାଶ କହିଛନ୍ତି ା

ଫୋଟୋ - http://v.duta.us/VgKE3gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/9LFelwAA

📲 Get Sambalpur News on Whatsapp 💬