[sambalpur] - ନାବାଳିକା ଅପହରଣ, ବଳାତ୍କାର ଘଟଣା:ଜେଲ୍‌ଗଲେ ପୋଲିସ ଏଏସ୍‌ଆଇ, ଯୁବକ

  |   Sambalpurnews

ସୋହେଲା,୧୨।୨(ଡି.ଏନ.ଏ.):ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ଅଭିଯୁକ୍ତ ସୋହେଲା ଥାନାର ଏଏସଆଇ ବନମାଳି କୁଅଁର ଓ ମେଲଛାମୁଣ୍ଡା ଗ୍ରାମର ରିକୁ ନାଗଙ୍କୁ ପୋଲିସ ଗିରଫ କରି ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବରଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ରବିବାର ବିଳମ୍ବିତ ରାତିରେ ଏସ୍‌ପି ମୁକେଶ ଭାମୁ ଅଭିଯୁକ୍ତ ଏଏସ୍‌ଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଏବଂ ତାଙ୍କୁ ସୋହେଲା ଥାନାରେ ଅଟକ ରଖାଯାଇଥିଲା। ଏହି ଘଟଣାରେ ବ୍ୟବହୃତ ବାଇକ୍‌ ସହିତ ପୀଡିତା ଓ ଅଭିଯୁକ୍ତମାନଙ୍କ ଲୁଗାପଟା ଜବତ ହୋଇଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଉକ୍ତ ଛାତ୍ରୀ ଟିଉଶନ ଯାଇ ଆଉ ନ ଫେରିବାରୁ ପରିବାର ପକ୍ଷରୁ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ପରଦିନ ଅର୍ଥାତ୍‌ ଶନିବାର ସନ୍ଧ୍ୟାରେ ଅପହୃତା ଛାତ୍ରୀ ଜଣକ ଉଦ୍ଧାର ହେବା ପରେ ତାଙ୍କ ବୟାନ ଓ ମା’ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଅପହରଣ ସହିତ ବଳାତ୍କାର ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ରିକୁ ନାଗ ଓ ସୋହେଲା ଥାନାର ଏଏସ୍‌ଆଇ ବନମାଳି କୁଅଁରଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ବରଗଡ ଏସ୍‌ପି ଏଏସ୍‌ଆଇ କୁଅଁରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ସୋମବାର ସକାଳେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ସୋହେଲା ଥାନାକୁ ଆସି ପୀଡିତା ଓ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ଏହି ଘଟଣାରେ ଉଭୟ ଅଭିଯୁକ୍ତ ଦୋଷୀ ଅଟନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ଏଏସଆଇ କୁଅଁରଙ୍କ ପୋଲିସ ପୋଷାକ ଖୋଲାଯାଇଥିଲା। ତାଙ୍କୁ ଥାନା ପରିସରରେ ଥିବା କ୍ୱାର୍ଟରକୁ ନେଇ ସେ ଏକ ବାକ୍ସରେ ରଖିଥିବା ସରକାରୀ ରିଭଲଭର ଓ ଗୁଳିକୁ ସଂଗ୍ରହ କରାଯାଇଥିଲା ଏବଂ ବରଗଡ ପୋଲିସ ରିଜର୍ଭରୁ ଆସିଥିବା ଜଣେ ଅଧିକାରୀଙ୍କୁ ତାହା ହସ୍ତାନ୍ତର କରାଯାଇଥିଲା। ପରେ ଉଭୟ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ବରଗଡ଼ ପଠାଯାଇଥିଲା। ସୋହେଲା ଥାନାର ମହିଳା ସବଇନ୍ସପେକ୍ଟର ସୁଶୀଳା ଟିଗା ଘଟଣାର ତଦନ୍ତ କରୁଛନ୍ତି।

ଫୋଟୋ - http://v.duta.us/ANiUHwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NF6uFQAA

📲 Get Sambalpur News on Whatsapp 💬