[sambalpur] - ଶିକାରୀ ଫାଶରେ ପଡ଼ି ଯୁବକ ଗୁରୁତର

  |   Sambalpurnews

ବିନିକା,୧୨ା୨(ଡି.ଏନ୍‌.ଏ)ସୁବର୍ଣ୍ଣପୁର ଜିଲା ବିନିକା-ଗୁଲୁଣ୍ଡା ରାସ୍ତାପାର୍ଶ୍ୱରେ ଥିବା ଲାଲଶାହାଜୀ ସ୍କୁଲ ପଛପଟେ ବିଦ୍ୟୁତ୍‌ ସଂଯୋଗ ଥିବା ବନ୍ୟଜନ୍ତୁ ଫାଶରେ ପଡି ସୋମବାର ରାତିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଚରଦା ଗାଁର ପ୍ରଶାନ୍ତ ଥନାପତି(୪୦)। ଅପରାହ୍ନରେ ସେ ନିଜ ଜମିକୁ ମୋଟର ଯୋଗେ ପାଣି ମଡାଇବା ପାଇଁ ଯାଇଥିଲେ ା ମୋଟର ହଠାତ୍‌ ବନ୍ଦ ହୋଇଯିବାରୁ ଆବଶ୍ୟକ ଗୋବର ଖୋଜୁଥିବା ବେଳେ ବନ୍ୟଜନ୍ତୁ ଧରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌୍‌ ଚାଳିତ ଫାଶ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ନିକଟସ୍ଥ ଖେତରେ ଥିବା ଲୋକେ ଘଟଣାସ୍ଥଳକୁ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ା ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ା ସୁବର୍ଣ୍ଣପୁର ଜିଲାରେ ଥିବା ଜଙ୍ଗଲତଳି ଜମିକୁ ଖାଦ୍ୟ ଓ ପାଣି ସନ୍ଧାନରେ ଆସୁଥିବା ବନ୍ୟଜନ୍ତୁଙ୍କୁ ନିୟମିତଭାବେ ଶିକାର କରାଯାଉଛି ା ଏଥିପାଇଁ ଶିକାରୀମାନେ ଫାଶ ବସାଉଛନ୍ତି। ଏପରିକି ବହୁ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ କରି ବନ୍ୟଜନ୍ତୁ ଶିକାର କରାଯାଉଛି। ତାହାର ଶିକାର ହୋଇଛନ୍ତି ଚରଦା ଗାଁର ପ୍ରଶାନ୍ତ ଥନାପତି। ଏନେଇ ବିନିକା ବନ ଅଧିକାରୀ ଜଗବନ୍ଧୁ ବାରିକଙ୍କୁ ପଚାରିବାରୁ କହିଛନ୍ତି ଯେ, ଚାଷୀମାନେ ବନ୍ୟଜନ୍ତୁଙ୍କ ଦ୍ୱାରା ହେଉଥିବା ଫସଲ କ୍ଷୟକ୍ଷତି କାରଣରୁ ଏଭଳି କାମ କରୁଛନ୍ତି। ତେବେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଫୋଟୋ - http://v.duta.us/3xh1EAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/XunjIwAA

📲 Get Sambalpur News on Whatsapp 💬