[sambalpur] - ସରକାରୀ ଯୋଜନାରେ ସାମିଲ କଲା ପରଶାସନ

  |   Sambalpurnews

ଲୋଇସିଂହା,୧୨।୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଁଚେତ ସଦର ଗଁାର ରଘୁନାଥ ମିଶ୍ର(୬୧)। ସେ ଗୁରୁତର ଅବସ୍‌ତାରେ ଅସାହା ହେଇ ଗୁଟେ କୁରିଆରେ ପଡ଼ି ରହିଥିଲେ। ଇ ବାବ୍‌ଦେ ଧରିତ୍ରୀରେ ଗଲା ଡିସେମ୍ବର ୧୩,୧୪ ଆର ୧୫ ତାରିଖ୍‌ରେ ଲାଗ୍‌ ଲଗ୍‌ ତିନ୍‌ଟା ଖବର ବାହାରିଥିଲା। ହେଲେ ସେ ଆଏଜ୍‌ତକ୍‌ ପୂରାପୂରି ଠିକ୍‌ ନାଇଁ ହେଇପାରି। ହେଲେ ତାହାକୁ ଖାଏଦ୍‌ ସୁରକ୍ଷା ଯୋଜନା ଆର ଆବାସ ଯୋଜ୍‌ନାରେ ଥାନୀୟ ବ୍ଲକ ପରଶାସନ ସାମିଲ କରିଛେ। ପୂରବର ସୂଚନା ହିସାବେ ଯୋଗୀସର୍ଡା ପଁଚେତ୍‌ ସଦର ଗଁାର ବାସିନ୍‌ଦା ରଘୁନାଥ ମିଶ୍ର। ସେ ଯୁବକ୍‌ ଅବସ୍‌ତାରେ ଠିକ୍‌ଠାକ୍‌ ଥିଲେ। ବିହାଚୁରା ହେଇ ଘର ସଁସାର ବି କଲେ। ହେଲେ ମାସକେତେ ସବୁ ଠିକ୍‌ଠାକ୍‌ ଚାଲ୍‌ଲା ଉତାରୁ ସେ ମାନ୍‌ସିକ ସଁତୁଲନ୍‌ ହରେଇ ଦେଲେ। ଏନ୍‌ତାଥି ତାକର ମାଏକିନା ରଘୁନାଥକୁଁ ଏକ୍‌ଲା ଛାଡି ବାପ୍‌ ଘରକେ ପଲେଇ ଗଲେ। ସେ ସମିଆରେ ସେ ଗରଭବତୀ ଥିଲେ। ଗଁାର ମାଉସୀ ଗୁଡ଼ି ପଛଫାଲେ ଥିବାର ଝାଟିମାଟି ଘରେ ସେ ରହୁଥିଲେ। ମାନସିକ୍‌ ଥିତି ଠିକ୍‌ ନାଇଁଥିବାର ଲାଗି ସେ ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ଥିଲେ। ଗଁାରେ ଥିବାର ତାକର ଲାଗେଲେସରମାନେ ଯାହା ଦେଉଥିଲେ ସେ ଖାଉଥିଲେ, କେନ୍‌ଦିନ କେନ୍‌ତା ଉପାସେ ବି ରହୁଥିଲେ। ଇ ସମିଆରେ ତାକର ଡେବ୍‌ରି ଗୋଡ଼୍‌ରେ ଗୁଟେ ଘା’ ହେବାର ସଂଗେ ସେଟା ପାଚି ବେଦ୍‌ବେଦେଇ ଯାଇଥିଲା। ଅବସ୍‌ତା ଏନ୍‌ତା ହେଲା ଯେ, ଲୋକ୍‌ଟା ଘା’ରେ ପଚିସଢ଼ି ମରିଯିବା ବଲି ଲୋକ୍‌ ଭାବୁଥିଲେ। ଇ ସମିଆରେ ଥାନୀୟ ଧରିତ୍ରୀ ପରତିନିଧି ଘଟନା ବାବ୍‌ଦେ ଖବର ପାଇ ଧରିତ୍ରୀରେ ଖବର ବାହାର କରିଥିଲେ। ଥାନୀୟ ସୁଆସ୍‌ତିଅ ବିଭାଗ୍‌ ଘଟନାକେ ଗୁରୁତ୍‌ ଦେଇ ରଘୁନାଥକଁର ଚିକିସତ୍ା କଲେ। ପଛେ ରଘୁନାଥକଁର ଝି’ ଗଁାକେ ଆସି ବାପକେ ଶାଶ୍‌ ଘରକେ ନେଇ ସେଠାନେ ସେବାଯତନ୍‌ କରୁଛନ୍‌। ହେଲେ ଆଏଜ୍‌ତକ୍‌ ସେ ଘା’ ପୂରା ଠିକ୍‌ ନାଇଁ ହେଇଥିବାର ତାକର ଲାଗେଲେସର ପୁତରା ସୁଧିର ମିଶ୍ର କହିଛନ୍‌। ସେ ସମିଆରେ ରଘୁନାଥକଁର ବାବ୍‌ଦେ ଲାଗ୍‌ ଲାଗ୍‌ ତିନ୍‌ ଥର ଖବର ବାହାରଲାରୁ ବ୍ଲକ୍‌ ପରଶାସନ ତରଫୁ ଏବିଡିଓ, ଏସଇଓ ପରମୁଖ ଗଁାକେ ଯାଇ ରଘୁନାଥକଁର ବାବ୍‌ଦେ ଗଁାରେ ପଚାରି ବୁଝିଥିଲେ। ତା’ପରେ ପରଶାସନ ରଘୁନାଥକୁଁ ଖାଏଦ୍‌ ସୁରକ୍ଷା ଯୋଜ୍‌ନାରେ ମାସିକ୍‌ ୫ କେ.ଜି. ଚାଉଲ ଆର ଆବାସ ଯୋଜ୍‌ନାରେ ଘର ଖଁଡ଼େ ଯୁଗେଇ ଦେଇଛନ୍‌। ଏହେଦେ ଘର କାମ୍‌ ଚାଲିଥିବାର ରଘୁନାଥକଁର ପୁତ୍‌ରା କହେବାର ସଂଗେ ଇଥିରଲାଗି ଧରିତ୍ରୀକେ ଧଏନ୍‌ବାଦ୍‌ ଦେଇଛନ୍‌। ସେନ୍‌ତା ରଘୁନାଥକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ତାହାକୁ ଉଚ୍‌ ଚିକିସତ୍ା ଯୁଗେଇ ଦେବାକେ ଅନୁରୋଧ କରିଛନ୍‌।

ଫୋଟୋ - http://v.duta.us/rQ0qQQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_QcSvAAA

📲 Get Sambalpur News on Whatsapp 💬