[upakula-odisha] - ବଳରାମଦେବ କପ୍‌ ଫୁଟ୍‌ବଲ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ଫଇନାଲରେ

  |   Upakula-Odishanews

ଟାଙ୍ଗୀ(ଖୋର୍ଦ୍ଧା),୧୨ା୨(ଡି.ଏନ.ଏ.)-ସ୍ଥାନୀୟ ଚିଲିକା ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ବଳରାମଦେବ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ସୋମବାର ମ୍ୟାଚ୍‌ର ଦ୍ୱିତୀୟ ସେମି ଫାଇନାଲ୍‌ କ୍ରୀଡା ଛାତ୍ରାବାସ(ଭବାନୀପାଟଣା) ଓ ୟୁନାଇଟେଡ୍‌ କ୍ଲବ୍‌ (ଭଦ୍ରକ) ମଧ୍ୟରେ ଆୟୋଜିତ ହୋଇଥିଲା। ୨-୧ ଗୋଲ୍‌ରେ ଭଦ୍ରକକୁ ହରାଇ ଭବାନୀପାଟଣା ଦଳ ଫାଇନାଲ୍‌ରେ ପ୍ରବେଶ କରଛି । ଶ୍ରେଷ୍ଠ ଖେଳାଳି ଭାବେ ଭବାନୀପାଟଣା ଦଳର ଯିଶୁ ହେମ୍ରମ୍‌ଙ୍କୁ ଗୁରୁଚରଣ ପଟ୍ଟନାୟକ ସ୍ମାରକୀ ଓ ଭଦ୍ରକ ଦଳର ଖେଳାଳି ଉଦୟ ଟୁଡୁଙ୍କୁ ବ୍ରଜ ପାଇକରାୟ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା । ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମନୋଜ ମାନସିଂହ, ପ୍ରଶାନ୍ତ ବିଶ୍ୱାଳ, କିିଶୋର ଚନ୍ଦ୍ର ପଟ୍ଟନାୟକ, ହରିହର ପ୍ରସାଦ ରଥ, ଉମେଶ ଚନ୍ଦ୍ର ଦାସ, ବିଶ୍ୱଜିତ୍‌ ରାଉତରାୟ, ମାନସ ବଳିୟାରସିଂହ, ମହେନ୍ଦ୍ର ସାହୁ, ଅଜୟ ସାହୁ, ବିଜୟ କୁମାର ରାଉତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଲଟେରି କୁପନରେ ବିଜୟୀ ହୋଇ ଟାଙ୍ଗୀର ତାରାପ୍ରସାଦ ପଟ୍ଟନାୟକ ସାଇକେଲ୍‌ ପାଇଥିଲେ। ମଙ୍ଗଳବାର କଟକ ଓ ଭବାନୀପଟଣା କ୍ରୀଡା ଛାତ୍ରାବାସ ମଧ୍ୟରେ ଚୂଡାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଫୋଟୋ - http://v.duta.us/YlQV_wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/m8rRzAAA

📲 Get Upakula-odisha News on Whatsapp 💬